ଠାକୁରଙ୍କୁବି ଛାଡିଲେନି, ସାକ୍ଷୀଗୋପାଳ ମଦନମୋହନ ମନ୍ଦିରରୁ ସୁନା ଅଳଙ୍କାର ଲୁଟ

ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିର ପରିସରରେ ଥିବା ମଦନମୋହନ ମନ୍ଦିରରୁ ଚୋରି । ଗତକାଲି ବିଳମ୍ବିତ ରାତିରେ ସିସିଟିଭି ଭାଙ୍ଗି ମନ୍ଦିରରୁ ସୁନା ଅଳଙ୍କାର ସହ ଟଙ୍କା ଲୁଟ କରିଛନ୍ତି ଦୁର୍ବୃତ୍ତ ।

ପିପିଲି (କେନ୍ୟୁଜ): ଠାକୁରଙ୍କୁବି ଛାଡିଲେନି । ଲୁଟିନେଇଗଲେ ଠାକୁରଙ୍କ ସୁନା ଅଳଙ୍କାର । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିର ପରିସରରେ ଥିବା ମଦନମୋହନ ମନ୍ଦିରରୁ ଚୋରି । ଗତକାଲି ବିଳମ୍ବିତ ରାତିରେ ସିସିଟିଭି ଭାଙ୍ଗି ମନ୍ଦିରରୁ ସୁନା ଅଳଙ୍କାର ସହ ଟଙ୍କା ଲୁଟ କରିଛନ୍ତି ଦୁର୍ବୃତ୍ତ । କେତେ ଟଙ୍କା ଚୋରି ହୋଇଛି ତାହା ଅସ୍ପଷ୍ଟ ରହିଛି। ଆଜି ସକାଳୁ ସେବାୟତ ମାନେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ତେବେ ଏନେଇ ସତବାଦ୍ୟ ପୋଲିସ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.