ପୁଣି ଭକ୍ତକୁ ପରଟାରେ ଦର୍ଶନ ଦେଲେ ଜଗନ୍ନାଥ, ଦେଖନ୍ତୁ ମହାପ୍ରଭୁଙ୍କ ଅବିକଳ ପ୍ରତିଛବି

ସୋର(କେନ୍ୟୁଜ୍): ସେ ଭକତ ଭାବରେ ବନ୍ଧା, ସେ ଭକ୍ତ ବତ୍ସଳ । କେତେବେଳେ ଭକତ ହାତରୁ ନଡିଆ ନିଏ ତ କେତେବେଳେ ନନ୍ଦିଘୋଷ ଭକ୍ତର ବାଲି ରଥରେ ବସେ । ଭକ୍ତର ଭାବନାକୁ ବୁଝେ ସେଥି ପାଇଁ ତ ତାକୁ ଭାବ ବିନୋଦିଆ କୁହାଯାଏ । ଏମିତି ଜଣେ ଭକ୍ତର ଭାବକୁ ବୁଝି ପରଟାରେ ଦେଖା ଦେଇଛନ୍ତି ମହାପ୍ରଭୁ  ଜଗନ୍ନାଥ ।

jaga

ଏଭଳି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ । ସୋର ଜଗନ୍ନାଥପୁର ଅଞ୍ଚଳର ଶିକ୍ଷକ ବିଶ୍ଵରଞ୍ଜନ ନାୟକଙ୍କ ସ୍ତ୍ରୀ ରାଜଲକ୍ଷ୍ମୀ । ରାଜଲକ୍ଷ୍ମୀ ଘରେ ରୁଟି ଓ ପରଟା କରୁଥିବା ସମୟରେ ପରଟାରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିଛବି ଦେଖାଯାଇଥିଲା । ଯାହାକି ରାଜଲକ୍ଷ୍ମୀଙ୍କୁ ଆଶ୍ଚର୍ଯ୍ଯ ଚକିତ କରିଥିଲା । କିଛି ଦିନ ଆଗରୁ ରାଜଲକ୍ଷ୍ମୀଙ୍କ ପୁରା ପରିବାର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ମଧ୍ୟ କୌଣସି କାରଣରୁ ରାଜଲକ୍ଷ୍ମୀ ଯାଇପାରିନଥିଲେ । ମାତ୍ର ମହାପ୍ରଭୁଙ୍କୁ ଦର୍ଶନର ଅଭିଳାଷ ତାଙ୍କ ମନରେ ରହିଥିଲା ।

ତାଙ୍କ ଭକ୍ତିକୁ ବୁଝିପାରି ନିଜେ ସ୍ବୟଂ  ଜଗନ୍ନାଥ  ଆସି ତାଙ୍କୁ ଏହି ମାଧ୍ଯମରେ ଦେଖା ଦେଇଥିବା ସେ କହିଛନ୍ତି । ରୁଟିରେ ଜଗନ୍ନାଥଙ୍କ ପ୍ରତିଛବି ଦେଖି ତାଙ୍କୁ ଠାକୁର ଘରେ ଜଗନ୍ନାଥଙ୍କ ଫଟୋ ପାଖେ ରଖି ପୂଜା ଅର୍ଚ୍ଚନା ମଧ୍ୟ କରିଛନ୍ତି ରାଜଲକ୍ଷ୍ମୀ । ଏହି ଘଟଣା ଜଣାପଡିବା ପରେ ପରଟାରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦେଖିବା ପାଇଁ ବିଭିନ୍ନ ଲୋକ ମଧ୍ୟ ଆସୁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.