ପ୍ରେମ ହେଲା କାଳ ! ବାରମ୍ବାର ପ୍ରପୋଜ କରି ଶେଷକୁ କଲେ ଆତ୍ମହତ୍ଯା ଉଦ୍ଯମ

ବାରମ୍ବାର ପ୍ରେମ ନିବେଦନରେ ଅତିଷ୍ଠ ହୋଇ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ତିନି ମହଲା ଛାତରୁ ଡେଇଁଲେ କଲେଜ ଛାତ୍ରୀ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଛାତ୍ରୀଙ୍କ ଚିକିତ୍ସା ଚାଲିଛି।

ଡିସିପିଙ୍କ ସୂଚନା ଅନୁସାରେ, ଓଡିଆ ଫିଲ୍ମରେ ଭିଜୁଆଲ ଏଡିଟର ଭାବେ କାମ କରୁଥିବା ଢ଼େଙ୍କାନାଳର ପ୍ରକାଶ ପରିଡା ଛାତ୍ରୀଙ୍କ ଭାଇଙ୍କ ଜରିଆରେ ପରିଚିତ ହୋଇଥିଲେ। ପରେ ସିନେମାରେ ସୁଯୋଗ ଦେବା ଆଳରେ ସମ୍ପର୍କ ବଢ଼ାଇଥିଲା। ଛାତ୍ରୀଙ୍କ ଅନିଚ୍ଛା ସତ୍ତ୍ୱେ ପ୍ରକାଶ ତାଙ୍କୁ ବାରମ୍ବାର ପ୍ରେମ ନିବେଦନ କରୁଥିଲେ ପ୍ରକାଶ। ଶେଷରେ ବାଧ୍ୟ ହୋଇ ଛାତ୍ରୀଜଣକ ଗତ ମଙ୍ଗଳବାର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ପ୍ରକାଶକୁ ଗିରଫ କରି କୋର୍ଟ ଚାଲାଣ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ। ଅଭିଯୁକ୍ତଙ୍କ ନାଁରେ ଆଇପିସିର ଧାରା- ୩୦୬, ୩୫୪ (ଡି), ୫୦୯, ୨୯୨, ୫୦୭, ୧୨ ପୋକ୍ସୋ ଆକ୍ଟ ଓ ୬୭ (ବି) ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି।.ପ୍ରେମ ହେଲା କାଳ ! ବାରମ୍ବାର ପ୍ରପୋଜ କରି ଶେଷକୁ କଲେ ଆତ୍ମହତ୍ଯା ଉଦ୍ଯମ
ପ୍ରେମ ନିବଦନରେ ଅତିଷ୍ଠ ହୋଇ ଆତ୍ମହତ୍ଯା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.