ଯୁବତୀଙ୍କ ସହ ୭ ବର୍ଷର ପ୍ରେମ, ପରେ ଶାରୀରିକ ସମ୍ପର୍କ ତାପରେ ଧୋକା ଦେଲେ ଯୁବକ

୭ ବର୍ଷର ପ୍ରେମ ସମ୍ପର୍କ, ତା ପରେ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା। ଏବେ ବିବାହ ପାଇଁ କହିବାରୁ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ଅଞ୍ଚଳରେ ।

ଆନନ୍ଦପୁର(କେନ୍ୟୁଜ୍): ଯୁବତୀଙ୍କ ସହ ୭ ବର୍ଷର ପ୍ରେମ ସମ୍ପର୍କ, ତା ପରେ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା। ଏବେ ବିବାହ ପାଇଁ କହିବାରୁ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ଅଞ୍ଚଳରେ ।

କୁହାଯାଏ ଯେ ପ୍ରେମ ଏକ ବହୁତ ସୁନ୍ଦର ସମ୍ପର୍କ। ଏହା ଏକ ଏମିତି ଅନୁଭବ ଯେ ତାହା ବିଷୟରେ କହିଲେ ସାରା ଜୀବନ ମଧ୍ୟ କମ୍ ପଡିଯିବ। ଏମିତିରେ ଯଦି ଏହି ସମ୍ପର୍କରେ ଧୋକା ମିଳିଥାଏ ତେବେ ପ୍ରେମ ଶବ୍ଦରୁ ବିଶ୍ବାସ ଉଠି ଯାଇଥାଏ। ଯେମିତି ଆଜିର ଏହି ଘଟଣା।

ଆନନ୍ଦପୁର ଥା କାଠକଟା ପଞ୍ଚାୟତ ସୁଜନାପାଳ ଗ୍ରାମର ଏହି ଯୁବତୀଙ୍କ ସହ ସେହି କାଠକଟାର ବସନ୍ତ ମହାନ୍ତଙ୍କର ବର୍ଷକର କି ଦୁଇ ବର୍ଷର ନୁହେଁ ବରଂ ୭ ବର୍ଷ ତଳୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ବସନ୍ତ ବିବାହ ପ୍ରତିଶ୍ରୁତି ଦେଇ ସମ୍ପୃକ୍ତ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା । ସମ୍ପୃକ୍ତ ଯୁବତୀଙ୍କର ବାପା ମା ନଥିବା ବେଳେ ଯୁବତୀ ଙ୍କ ଘରର ଜମିପଟ୍ଟା ସହ ଦରକାରୀ କାଗଜପତ୍ର ମଧ ବସନ୍ତ ନିଜ ପାଖରେ ବଳପୂର୍ବକ ରଖିଥିଲ।।

ଆଜି ଯୁବତୀଙ୍କ ଅଜାଣତରେ ବସନ୍ତଙ୍କ ବିବାହ ନିମନ୍ତେ ଅନ୍ୟତ୍ର ଲଗ୍ନ ଚାଲିଥିବା ବେଳେ ଯୁବତୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେହି ସମୟରେ ବସନ୍ତଙ୍କ ପରିବାର ଲୋକେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ମୋବାଇଲ୍‌ ଛଡେଇ ନେଇଥିଲେ । ଯୁବତୀ ଜଣକ କୌଶଳ କ୍ରମେ ସେଠାରୁ ନିଜ ଜୀବନ ବଞ୍ଚାଇ ଖସି ଆସିବା ସହିତ ୧୧୨ କୁ ଫୋନ କରିଥିଲେ । ଖବର ପାଇ ଆନନ୍ଦପୁର ପୋଲିସ୍ ଘଟଣାସ୍ଥଳରେ ପହଁଚି ଯୁବତୀଙ୍କୁ ଉଦ୍ଧାର କରିବା ପରେ ତଦନ୍ତ ଆରମ୍ଭ କରିଛି।

ଏଭଳି ଘଟଣା ବାରମ୍ବାର ଘଟୁଛି ଆମ ସମାଜରେ । କିନ୍ତୁ ଦୋଷୀକୁ ହୁଏତ ଉଚିତ୍ ଦଣ୍ଡ ବିଧାନ ନମିଳିବା କାରଣରୁ ଏଭଳି ଘଟଣା ବଢିଚାଲିଛି। ତେବେ ଯୁବତୀଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଯଦି ସତ ତେବେ ସମ୍ପୃକ୍ତ ଯୁବକଙ୍କୁ ନିହାତୀ ଶାସ୍ତି ମିଳିବା ଆବଶ୍ୟକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.