ହାଇଦ୍ରାବାଦରେ ସ୍ୱାମୀ ରଖିଛନ୍ତି ଆଉ ଗୋଟେ ସ୍ତ୍ରୀ, ପ୍ରତାରଣା ଅଭିଯୋଗ ଆଣି ଧାରଣାରେ ବସିଛନ୍ତି ଗର୍ଭବତୀ

ସୋର (କେନ୍ୟୁଜ): ଲଭ-ସେକ୍ସ-ଧୋକା । ସ୍ୱାମୀ ନାମରେ ପ୍ରତାରଣା ଅଭିଯୋଗ ଆଣିଲେ ଗର୍ଭବତୀ । ସ୍ୱାମୀର ଘର ସମ୍ମୁଖରେ ଧାରଣାରେ ବସିଛନ୍ତି ହାଇଦ୍ରାବାଦର ଜଣେ ମହିଳା । ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ବେଲସବିର ଗାଁର ଅବିନାଶ ପରିଡ଼ାଙ୍କ ନାମରେ ପ୍ରତାରଣା ଅଭିଯୋଗ । ଗାଁରେ ଅନିବାଶଙ୍କ ପତ୍ନୀ ରହୁଥିବା ବେଳେ ସେ ହାଇଦ୍ରବାଦକୁ କାମ କରିବାକୁ ଯାଇଥିଲେ । ସେଠାରେ ଏକ ହୋଟେଲରେ କାମ କରୁଥିବା ବେଳେ ଅନ୍ୟ ଯୁବତୀଙ୍କ ପ୍ରେମରେ ପଡିଥିଲେ । ପ୍ରେମ ସମ୍ପର୍କ ନିବିଡ ହେବାରୁ ଉଭୟ ଏକ ମନ୍ଦିରରେ ବିବାହ କରିଥିଲେ । ହେଲେ ପରେ ଅବିନାଶ ଫେରାର ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଗତ ୨ଦିନ ତଳେ ମହିଳା ହାଇଦ୍ରାବାଦରୁ ଆସି ସୋରରେ ପହଞ୍ଚି ଥାନାରେ ଅଭିଯୋଗ କରିଥିଲେ । ଅବିନାଶ ଦୁଇଟି ଲାପଟପ୍‌ ଓ ନଗଦ ଟଙ୍କା ନେଇ ଜାନୁୟାରୀ ୫ତାରିଖରୁ ଫେରାର ଥିବା ସେ ଅଭିଯୋଗ ଆଣିଛନ୍ତି । ଅନ୍ୟପକ୍ଷରେ ଅବିନାଶ ଗତ ଜାନୁଆରୀ ୧୮ରୁ ନିଖୋଜ ଥିବା ତାଙ୍କ ବାପା କହିଛନ୍ତି । ଅବିନାଶଙ୍କ ପତ୍ନୀ ଏସମ୍ପର୍କରେ ଜାଣି ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.