ରାତିରେ ପ୍ରେମିକାକୁ ଦେଖା କରିବା ପଡିଲା ମହଙ୍ଗା, ପ୍ରେମିକ ଓ ୨ ସହଯୋଗୀଙ୍କୁ ବାନ୍ଧି ନିର୍ଦ୍ଧୁମ ମାଡ

କାମାକ୍ଷାନଗର (କେନ୍ୟୁଜ) : ଛେଚା ଖାଇଲେ ପ୍ରେମିକ । ମହଙ୍ଗା ପଡିଲା ପ୍ରେମିକାକୁ ରାତିରେ ଦେଖା କରିବା । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ଗ୍ରାମର ଅଭାବନୀୟ ଦୃଶ୍ୟ । ପ୍ରେମିକ ଓ ୨ ସହଯୋଗୀଙ୍କୁ ବାନ୍ଧି ନିର୍ଦ୍ଧୁମ ମାଡ ମାରିଲେ ଗ୍ରାମବାସୀ । ଘଟଣାର ଏକ ଭିଡ଼ିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି । ପ୍ରେମିକ ପରଜଙ୍ଗ ଥାନା ମହାବିରୋଡ଼ ଅଞ୍ଚଳର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ପ୍ରେମିକ କାଲବୁଧିଆ ଗାଁର ଜଣେ ଯୁବତୀଙ୍କୁ ରାତିରେ ଦେଖା କରିବାକୁ ଯାଇ ଗ୍ରାମବାସୀଙ୍କ ହାବୁଡାରେ ପଡିଥିଲେ । ଘଟଣାସ୍ଥଳରେ କଙ୍କଡାହାଡ ପୋଲିସ ପହଞ୍ଚି ଯୁବକଙ୍କୁ ଥାନାକୁ ଆଣିଥିଲା । ଉଭୟଙ୍କ ମଧ୍ୟରେ ଆପୋସ ସମାଧାନ ପରେ ଯୁବକଙ୍କୁ ଛାଡି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.