ବାହାବେଦୀରେ ପ୍ରେମିକାର ଧାରଣା, ବିବାହ ରୋକିବାକୁ ଥାନାରେ ଦ୍ୱାରସ୍ଥ ହେଲେ ଯୁବତୀ

ନିମାପଡା ବ୍ଲକ ବଳଙ୍ଗା ଥାନା ତୋଟା ସାହିରେ ଘଟିଛି ଅଭାବନୀୟ ଘଟଣା । ବାହା ବେଦି ଉପରେ ଅନଶନରେ ବସିଲେ ମହିଳା । ପୁଅ ଜୀବନ ନଷ୍ଟ କରିଛି ସ୍ତ୍ରୀ ରୂପରେ ସ୍ୱିକାର କରୁ ନଚେତ ବେଦି ଉପରେ ଆତ୍ମହତ୍ୟା କରିବି ବୋଲି କହିଲେ ଯୁବତୀ ।

ପିପିଲି (କେନ୍ୟୁଜ): ବାହାବେଦୀରେ ପ୍ରେମିକାର ଧାରଣା । ବିବାହ ରୋକିବାକୁ ଥାନାରେ ହେଲେ ଦ୍ୱାରସ୍ଥ । ନିମାପଡା ବ୍ଲକ ବଳଙ୍ଗା ଥାନା ତୋଟା ସାହିରେ ଅଭାବନୀୟ ଘଟଣା । ବାହା ବେଦି ଉପରେ ଅନଶନରେ ବସିଲେ ମହିଳା । ପୁରୀ ଅଂଚଳରୁ ଜଣେ ଯୁବତୀ ବାହା ହେବାକୁ ଥିବା ଯୁବକଙ୍କ ଘର ବେଦି ଉପରେ ଧାରଣାରେ ବସିଛନ୍ତି । ପୁଅ ଜୀବନ ନଷ୍ଟ କରିଛି ସ୍ତ୍ରୀ ରୂପରେ ସ୍ୱିକାର କରୁ ନଚେତ ବେଦି ଉପରେ ଆତ୍ମହତ୍ୟା କରିବି ବୋଲି କହିଛନ୍ତି ଯୁବତୀ ।

ପୁଅର ବିବାହ ଖବର ପାଇ ଯୁବତୀ ଜଣକ ଧାରଣାରେ ବସିଛନ୍ତି । ବିବାହ ରୋକିବାକୁ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ଲକ୍ଷ୍ମୀ ମଲ୍ଲିକଙ୍କ ସହ ରମେଶ ମଲ୍ଲିକଙ୍କ ପ୍ରେମ ସମ୍ପର୍କ ରହିଥିଲା । ରମେଶଙ୍କ ଘର ଲୋକ ବିବାହ ପାଇଁ ରାଜି ହୋଇଥିଲେ । ହେଲେ ରମେଶ ଅନ୍ୟ ସ୍ଥାନରେ ବାହା ହେଉଥିବା ଖବର ପାଇବା ପରେ ବାହା ବେଦିରେ ଧାରଣାରେ ବସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.