ସୃଷ୍ଟି ହୋଇପାରେ ଲଘୁଚାପ: ୯ରୁ ବଢ଼ିବ ବର୍ଷା

୧୧ ତାରିଖରେ ଭାରୀ ବର୍ଷା ସମ୍ଭାବନା ରହିଛି। ଆଇଏମ୍‌ଡି ପୂର୍ବାନୁମାନ କରିଛି ବାଲେଶ୍ୱର ଉପରେ ଏବେ ମୌସୁମୀର ନିମ୍ନ ଚାପରେଖା କ୍ଷେତ୍ର ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବ। ଆଜି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବ।

ଭୁବନେଶ୍ୱର (କେନ୍ୟୁଜ): ୯ରୁ ବଢ଼ିବ ବର୍ଷା। ବିସ୍ତତ ସ୍ଥାନରେ ବର୍ଷା ହୋଇପାରେ। ୧୧ ତାରିଖରେ ଭାରୀ ବର୍ଷା ସମ୍ଭାବନା ରହିଛି। ଆଇଏମ୍‌ଡି ପୂର୍ବାନୁମାନ କରିଛି ବାଲେଶ୍ୱର ଉପରେ ଏବେ ମୌସୁମୀର ନିମ୍ନ ଚାପରେଖା କ୍ଷେତ୍ର ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବ। ଆଜି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବ।

ସେହିଭଳି ୯ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବ। ୧୦ଓ ୧୧ରେ ଓଡ଼ିଶାର ବିସ୍ତତ ଅଞ୍ଚଳରେ ଭାରୀ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୧୦ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ଏହା ପ୍ରଭାବରେ ୧୨ ଓ ୧୩ରେ ରାଜ୍ୟରେ ଭଲ ବର୍ଷା ହେବ। ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ମଧ୍ୟମରୁ ଭାରୀ ବର୍ଷା ହୋଇପାରେ। ଗତ ୨୪ ଘଣ୍ଟାରେ ମାଲକାନଗିରି ମାଥିଲିରେ ସର୍ବାଧିକ ୯୦ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ସେପଟେ ଚଳିତ ମୌସୁମୀ ଋତୁରେ ଜୁନ୍‌ ୧ରୁ ଜୁଲାଇ ୭ ତାରିଖ ଭିତପେ ୨୦୬.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସ୍ୱାଭାବିକ ବର୍ଷା ତୁଳନାରେ ଏଠାରେ ୨୮ ପ୍ରତିଶତ କମ୍‌ ବର୍ଷା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.