Below header

ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗର ଚଢ଼ଉ ଘଟଣା : ଯାଞ୍ଚ ବେଳେ ୮୦ କୋଟି ଟଙ୍କା ଟିକସ ଫାଙ୍କିଥିବା ଜଣାପଡିଛି

ଡିଏନ୍‌ ହୋମ୍ସ ଉପରେ ଆୟକର ବିଭାଗର ରେଡ୍‌ରୁ ମିଳିଲା ସାଂଘାତିକ ତଥ୍ୟ । ଯାଞ୍ଚ ବେଳେ ଟିକସ ଫାଙ୍କିଥିବା ଜଣାପଡିଛି । ଟିକସ ଫାଙ୍କିବା ପାଇଁ କ୍ୟାସରେ ହେଉଥିଲା କାରବାର । ଅନ୍‌ଆକାଉଣ୍ଟେଡ୍‌ ଟଙ୍କା ନିଜ ପାଖରେ ନରଖି କର୍ମଚାରୀଙ୍କ ପାଖରେ ରଖୁଥିଲେ । କାଗଜପତ୍ର ଯାଞ୍ଚରୁ ଜଣା ପଡିଛି ପ୍ରାୟ ୮୦ କୋଟି ଟଙ୍କାର ଟିକସ ଫାଙ୍କିଥିଲା ଡିଏନ୍‌ ଗ୍ରୁପ୍‌ ।

ଭୁବନେଶ୍ୱର (କେନ୍ୟୁଜ): ଡିଏନ୍‌ ହୋମ୍ସ ଉପରେ ଆୟକର ବିଭାଗର ରେଡ୍‌ରୁ ମିଳିଲା ସାଂଘାତିକ ତଥ୍ୟ । ଯାଞ୍ଚ ବେଳେ ଟିକସ ଫାଙ୍କିଥିବା ଜଣାପଡିଛି । ଟିକସ ଫାଙ୍କିବା ପାଇଁ କ୍ୟାସରେ ହେଉଥିଲା କାରବାର । ଅନ୍‌ଆକାଉଣ୍ଟେଡ୍‌ ଟଙ୍କା ନିଜ ପାଖରେ ନରଖି କର୍ମଚାରୀଙ୍କ ପାଖରେ ରଖୁଥିଲେ । କାଗଜପତ୍ର ଯାଞ୍ଚରୁ ଜଣା ପଡିଛି ପ୍ରାୟ ୮୦ କୋଟି ଟଙ୍କାର ଟିକସ ଫାଙ୍କିଥିଲା ଡିଏନ୍‌ ଗ୍ରୁପ୍‌ । ପ୍ରାଥମିକ ତଦନ୍ତରୁ ପେନାଲ୍‌ଟି ଓ ସୁଧ ମିଶାଇ ୩୦୦ କୋଟି ଟଙ୍କା ହେବ । ତିନି ଦିନ ହେବ ଡିଏନ୍‌ ହୋମ୍‌ସର ବିଭିନ୍ନ ସ୍ଥାନରେ ପଞ୍ଝା ମାରିଥିଲା ଆୟକର ବିଭାଗ ।

ରେଡ୍‌ ବେଳେ ମିଳିଛି କୋଟି କୋଟି ଟଙ୍କା, ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌, ପେନ୍‌ ଡ୍ରାଇଭ୍‌ ଓ ହାର୍ଡଡିସ୍କ । BSNL କଲୋନୀ ସ୍ଥିତ DN ଗ୍ରୁପର ଚନ୍ଦ୍ର ଶେଖର ପଣ୍ଡା ଓ ଅନ୍ୟମାନଙ୍କଠାରୁ ଟ୍ରଙ୍କ ଓ ଆଟାଚି ଭର୍ତ୍ତି ଟଙ୍କା ମିଳିଥିଲା । ଜବତ ହୋଇଥିବା ନଗଦ କୋଟି କୋଟି ଟଙ୍କା ଆସିଲା କେଉଁଠୁ ? କାହାର ଏହି ଟଙ୍କା ? ଏକାଧିକ କର୍ମଚାରୀଙ୍କ ଘରେ କାହିଁକି ରଖାଯାଇଥିଲା ? କେଉଁ ଉଦ୍ଦେଶ୍ୟରେ ବିପୁଳ ପରିମାଣର ଟଙ୍କା ରଖାଯାଇଥିଲା ? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜୁଛି ଆୟକର ବିଭାଗ । ଡିଏନ ହୋମ୍ସର ବିଭିନ୍ନ ସ୍ଥାନରୁ ୧୨୦ କୋଟିରୁ ଅଧିକ ଟଙ୍କାର ମନି ରିସିପ୍ଟ ମିଳିଛି । ଏହାର ଉତ୍ସ ବି ଖୋଜାଚାଲିଛି । ଆଗକୁ ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡରିଂ ଆର୍ଟରେ ତଦନ୍ତ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.