ବିଚ୍ଛେଦ ପରେ ମିଳନ: SCBରେ ତିନିଦିନ ପରେ ଏକାଠି ହେଲେ ନବ ଦମ୍ପତି

ଦୁର୍ଘଟଣା ପରେ କଟକ ଏସସିବିରେ ରିୟୁନିଅନ । ତିନି ଦିନ ପରେ ଏସସିବି ହସ୍ପିଟାଲରେ ଏକାଠି ହେଲେ ନବ ଦମ୍ପତି । ଟ୍ରେନ ଦୁର୍ଘଟଣା ପରେ ଦମ୍ପତି ଅଲଗା ହୋଇଯାଇଥିଲେ ।

(କେନ୍ୟୁଜ): ଟ୍ରେନ୍‌ ଦୁର୍ଘଟଣାରେ ବିଛେଦ ପରେ ମିଳନ । ୫ ଦିନ ପରେ ଏକାଠି ହେଲେ ପଶ୍ଚିମବଙ୍ଗର ନବ ବିବାହିତା ଦମ୍ପତି । କରମଣ୍ଡଳ ଟ୍ରାଜେଡିର ୩ ଦିନ ପୂର୍ବରୁ ସେମାନଙ୍କର ହାତଗଣ୍ଠି ପଡ଼ିଥିଲା । ଗତ ୩୧ ତାରିଖରେ ଉଭୟଙ୍କ ବିବାହ ହୋଇଥିଲା । ୨ ତାରିଖରେ ଉଭୟ ଟ୍ରେନରେ ଚଢିଥିଲେ । ସେମାନେ ଜାଣି ନଥିଲେ ତିନି ଦିନର ଖୁସି ଭିତରେ ଏମିତି କାଳରାତି ଆସିବ ବୋଲି ।

ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଅଲଗା ହୋଇଥିଲେ ପଶ୍ଚିମବଙ୍ଗର ନବ ଦମ୍ପତି । ଉଦ୍ଧାର ପରେ ସ୍ତ୍ରୀ ଜାଣି ନଥିଲେ ସ୍ୱାମୀ କେଉଁଠି କି ସ୍ୱାମୀଙ୍କୁ ଜଣା ନଥିଲେ ସ୍ତ୍ରୀ କେଉଁଠି ଓ କେମିତି ଅଛନ୍ତି । ସ୍ତ୍ରୀ କଟକ ଏସସିବିରେ ଚିକିତ୍ସିତ ହେଉଥିଲେ । ଅଲଗା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ତାଙ୍କ ସ୍ୱାମୀ । ଶେଷରେ ଓଡ଼ିଶା ହେଲ୍‌ପ ଡେସ୍କ ସହାୟତାରେ ନବ ଦମ୍ପତି ଏକାଠି ହୋଇଛନ୍ତି । କଟକ ବଡ଼ ମେଡିକାଲରେ ସେମାନଙ୍କର ଚିକିତ୍ସା ଚାଲିଛି । ଗତକାଲି ସେମାନଙ୍କୁ ଭେଟିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ତେବେ ଦୁର୍ଘଟଣା ବେଳର ଛାତିଥରା କହିଛନ୍ତି ନବ ବିବାହିତା ଦୀପାଳି । ସେଦିନର ଘଟଣାକୁ ଭୁଲି ପାରୁ ନାହାନ୍ତି । ତାଙ୍କ ଅବସ୍ଥା ଭଲ ଥିବାବେଳେ ସ୍ୱାମୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା କହିଛନ୍ତି ଦୀପାଳି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.