ଆଜିଠୁ ମା ଭଦ୍ରକାଳୀ ସପ୍ତ ମାତୃକା ବେଶରେ ଦେବେ ଦର୍ଶନ

ପବିତ୍ର ଦୀପାବଳି ଓ କାଳୀପୂଜା ପାଇଁ ଉତ୍ସବ ମୁଖର ଭଦ୍ରକ ସହର ।ଭଦ୍ରକ ର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ଆଜି ଠାରୁ ଆରମ୍ଭ ହେଲା ସପ୍ତ ମାତୃକା ବେଶ ।

ପବିତ୍ର ଦୀପାବଳି ଓ କାଳୀପୂଜା ପାଇଁ ଉତ୍ସବ ମୁଖର ଭଦ୍ରକ ସହର ।ଭଦ୍ରକ ର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ଆଜି ଠାରୁ ଆରମ୍ଭ ହେଲା ସପ୍ତ ମାତୃକା ବେଶ । ଆଜି ମା ଭଦ୍ରକାଳୀ ବେଦ ମାତା ବେଶ ରେ ଭକ୍ତ ଜନ ଙ୍କୁ ଦର୍ଶନ ଦେଉଛନ୍ତି । ତେଣୁ ପୀଠ ରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିଛି । ସେହିପରି ମା ଙ୍କ ପୀଠରେ ଆଜି ଠାରୁ ଆରମ୍ଭ ହେବ ସପ୍ତ ଦିବସ ବ୍ୟାପି ବିଶ୍ୱ ଶାନ୍ତି ମହା ଯଂଜ୍ଞ ।

ଅନ୍ୟ ପକ୍ଷରେ ଆଜି ମଧ୍ୟ ରାତ୍ରରୁ 12 ଗୋଟି ପୂଜା ମଣ୍ଡପ ରେ ମା କାଳୀ ଙ୍କ ପୂଜା ଆରାଧନା ହେବା ପରେ କାଲି ସକାଳ ଠାରୁ ଦର୍ଶକ ମାନଙ୍କ ପାଇଁ ମଣ୍ଡପ ଖୋଲା ହେବ ।ଅନ୍ୟ ପକ୍ଷରେ କାଳୀପୂଜା ରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଭଦ୍ରକ ରେ 20 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.