୨୦ ଟଙ୍କା ରଖି ପାଆନ୍ତୁ ୨ ଲକ୍ଷ ଟଙ୍କା

ପ୍ରଧାନମନ୍ତ୍ରୀ ସୁରକ୍ଷ ବିମା ଯୋଜନା । ଏହି ଯୋଜନାରେ ମାତ୍ର ୨୦ ଟଙ୍କା ରଖିଲେ ୨ ଲକ୍ଷ ଟଙ୍କା ଯାଏ ଲାଭ ପାଇପାରିବେ ।

ପ୍ରଧାନମନ୍ତ୍ରୀ ସୁରକ୍ଷ ବିମା ଯୋଜନା । ଏହି ଯୋଜନାରେ ମାତ୍ର ୨୦ ଟଙ୍କା ରଖିଲେ ୨ ଲକ୍ଷ ଟଙ୍କା ଯାଏ ଲାଭ ପାଇପାରିବେ । ମୋଦୀ ସରକାରଙ୍କ କାର୍ଯ୍ୟକାଳ ଆରମ୍ଭର ପ୍ରଥମ ବର୍ଷରେ ଏହି ଯୋଜନା ବାହାର କରିଥିଲେ । ଏହା ହେଉଛି ଏକ ବର୍ଷର ଦୁର୍ଘଟଣା ବୀମା ଯୋଜନା । ଏଥିରେ ଦୁର୍ଘଟଣା ଜନିତ ମୃତ୍ୟୁ ତଥା ଅକ୍ଷମତା କଭର ଦିଆଯାଏ । ବର୍ଷକୁ ବର୍ଷ ଏହାକୁ ରିନ୍ୟୁ କରାଯାଏ । ୧୮-୭୦ ବର୍ଷର ବୟସ ବର୍ଗର ବ୍ୟକ୍ତି, ଯାହାର ପର୍ସନାଲ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ ଆକାଉଣ୍ଟ ରହିଛି, ସେମାନେ ଏହି ଯୋଜନା ଅଧୀନରେ ନାମ ଲେଖାଇବାକୁ ଯୋଗ୍ୟ ହୋଇଥାନ୍ତି ।

ଯୋଜନାର ପ୍ରିମିୟମରେ ଦୁର୍ଘଟଣା ହେତୁ ମୃତ୍ୟୁ କିମ୍ବା ବିକଳାଙ୍ଗ ପାଇଁ ବାର୍ଷିକ ୨୦ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କା ଆକସ୍ମିକ ମୃତ୍ୟୁ ସହ ବିକଳାଙ୍ଗ କଭର ମିଳିଥାଏ । ସେହିପରି ଆଂଶିକ ଅକ୍ଷମତା କ୍ଷେତ୍ରରେ ୧ ଲକ୍ଷ ଟଙ୍କା ମିଳେ । ଏହି ଯୋଜନା ଅଧୀନରେ ପ୍ରିମିୟମ ଆକାଉଣ୍ଟଧାରୀଙ୍କ ଏକଲକ୍ଷ ଟଙ୍କା ଉପରେ ଆଧାର କରି ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରତିବର୍ଷ ଅଟୋ ଡେବିଟ୍ ହୋଇଥାଏ ।

ପୂର୍ବରୁ ଏହି ଯୋଜନାର ପ୍ରିମିୟମ ବାର୍ଷିକ ୧୨ ଟଙ୍କା ଥିଲା । ତେବେ ଗତ ବର୍ଷ ସରକାର ଏହି ପ୍ରିମିୟମକୁ ୨୦ ଟଙ୍କାକୁ ବୃଦ୍ଧି କରିଥିଲେ । ଅଧିକ ଜାଣିବା ପାଇଁ ଏହି ଲିଙ୍କ ରେ https://jansuraksha.gov.in କ୍ଲିକ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.