ମା’ ଭଦ୍ରକାଳୀଙ୍କ ଅଲୌକିକ ମନ୍ଦିର, ଯାହାଙ୍କ ପୂଜା କେବଳ ନାଗ କନ୍ୟାମାନେ କରିଥାନ୍ତି

ମା’ ଭଦ୍ରକାଳୀ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କର ଇଷ୍ଟଦେବୀ । ମା’ଭଦ୍ରକାଳୀଙ୍କ ଏହି ଧାମ ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୪୦ କି.ମି ଦୂରରେ ଭଦ୍ରକାଳୀ ନାମକ ଏକ ଗାଁରେ ଅବସ୍ଥିତ । ଏହି ଧାମ ଏତେ ମନୋରମ ଯେ ବର୍ଣ୍ଣନା କରିହେବନି । କୁହାଯାଏ ଏହି ମନ୍ଦିରର ପୂଜା କେବଳ ନାଗ କନ୍ୟାମାନେ କରିଥାନ୍ତି ।

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି , ନଚେତ୍‌ ସବୁ ମନ୍ଦିର କୁ ପଥର ବୋଲି ଭାବିଥାନ୍ତେ । ଭାରତରେ ଏମିତି କିଛି ମନ୍ଦିର ରହିଛି ଯେଉଁଠି ରହିଛି ଅନେକ ଅଲୌକିକ ଶକ୍ତି । ଏପରି ଏକ ମନ୍ଦିର ରହିଛି ଦେବଭୂମି ଉତ୍ତରାଖଣ୍ଡ ଅଲ୍‌ମୋଡାର ବାଗେଶ୍ୱର ସ୍ଥିତ କମ୍‌ସ୍ୟାର ଘାଟିରେ ମା’ ଭଦ୍ରକାଳୀଙ୍କର ମନ୍ଦିର । କୁହାଯାଏ ମା’ଭଦ୍ରକାଳୀଙ୍କ ମନ୍ଦିରରେ ଯେ କେହି କିଛି ମାଗିଥାନ୍ତି ତାଙ୍କର ମନସ୍କାମନା ପୂରଣ ହୋଇଥାଏ ।

ମା’ ଭଦ୍ରକାଳୀ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କର ଇଷ୍ଟଦେବୀ । ମା’ଭଦ୍ରକାଳୀଙ୍କ ଏହି ଧାମ ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୪୦ କି.ମି ଦୂରରେ ଭଦ୍ରକାଳୀ ନାମକ ଏକ ଗାଁରେ ଅବସ୍ଥିତ । ଏହି ଧାମ ଏତେ ମନୋରମ ଯେ ବର୍ଣ୍ଣନା କରିହେବନି । କୁହାଯାଏ ଏହି ମନ୍ଦିରର ପୂଜା କେବଳ ନାଗ କନ୍ୟାମାନେ କରିଥାନ୍ତି । ଶାଣ୍ଡିଲ୍ୟ ଋଷିଙ୍କ ପ୍ରସଙ୍ଗରେ ଶ୍ରୀ ମୂଳ ନାରାୟଣଙ୍କ କନ୍ୟା ନିଜର ସଖୀମାନଙ୍କ ସହ ମିଶିକରି ଏହି ସ୍ଥାନ ଖୋଜିଥିଲେ ।

ମାତାଙ୍କ ପୂରୁଣା ମନ୍ଦିର ୨୦୦ ମିଟର ଚଉଡ଼ାର ଏକ ବଡ଼ ଭୁଖଣ୍ଡ ଉପରେ ବିରାଜମାନ । ଏହା ତଳେ ସୁନ୍ଦର ନଦୀ ୨୦୦ ମିଟର ଗୁମ୍ଫା ତଳେ ବହୁଛି । ଏହି ଗୁମ୍ଫାରେ ଶିବ ଲିଙ୍ଗ, ମାତା ଭଦ୍ରକାଳୀ, ମାତା ସରସ୍ୱତୀ, ଲକ୍ଷ୍ମୀ ଏବଂ ମହାକାଳୀଙ୍କ ମୂର୍ତ୍ତି ପ୍ରାକୃତିକ ପିଣ୍ଡିରେ ବିରାଜମାନ କରିଛନ୍ତି । ମାତା ଭଦ୍ରକାଳୀଙ୍କ ଏହି ଅଲୌକିକ୍‌ ମନ୍ଦିର ୨୦୦୦ ବର୍ଷ ଅଧିକ ପୂରୁଣା ବୋଲି କୁହାଯାଏ । ଏବେ ଭଦ୍ରକାଳୀ ଗାଁର ଯୋଶୀ ପରିବାର ବଂଶାନୁକ୍ରମିକ ଭାବେ ଏହି ମନ୍ଦିରରେ ପୂଜା କରୁଛନ୍ତି ।

ଶ୍ରୀମଦ୍‌ ଦେବୀ ଭଗବତ, ଶିବ ପୁରାଣ ଓ ସ୍କନ୍ଦ ପୁରାଣର ମାନସ ଖଣ୍ଡରେ ଏହି ସ୍ଥାନର ବର୍ଣ୍ଣନା ରହିଛି ଯେ ମାତା ଭଦ୍ରକାଳୀ ଏହି ସ୍ଥାନରେ ୬ ମାସ ଯାଏ ତପସ୍ୟା କରିଥିଲେ । କୁହାଯାଏ ଇଂରେଜମାନେ ବି ଏହି ସ୍ଥାନକୁ ଅତ୍ୟଧିକ ଧାର୍ମିକ ସ୍ଥଳ ବିଚାର କରି କର ମୁକ୍ତ ଘୋଷଣା କରିଥିଲେ । ଯାହା ଆଜି ବି କର ମୁକ୍ତ ରହିଛି । ଏହି ସ୍ଥାନକୁ ମାତାଙ୍କର ୫୧ ଶକ୍ତିପୀଠ ବୋଲି ମନାଯାଏ । କୁହାଯାଏ ଦକ୍ଷକୁମାରୀ ମାତା ସତୀଙ୍କର ପାଦ ଅଂଶ ଏହିଠାରେ ପଡ଼ିଥିଲା ।

ସ୍କନ୍ଦ ପୁରାଣ ଅନୁଯାୟୀ ମାତା ଭଦ୍ରକାଳୀ ଏଠାରେ ତପସ୍ୟା କରୁଥିବା ବେଳେ ବନ୍ୟା ଆସି ଏଠାରେ ଭରି ରହିଗଲା । ଫଳରେ ମାତା ନିଜର ଗୋଡ଼ରେ ଏକ ପଥର ଫିଙ୍ଗି ଦେବାରୁ ବନ୍ୟା ପାଣି ମାତାଙ୍କ ଗୋଡ ତଳ ଦେଇ ପ୍ରବାହିତ ହେଲା । ସେବେଠାରୁ ନଦୀ ଏହି ଗୁମ୍ଫା ତଳେ ବହିଥାଏ । ଏହି ମନ୍ଦିରରେ ସ୍ନାନ କଲେ ସବୁ ରୋଗ ନଷ୍ଟ ହୋଇଯାଇଥାଏ ବୋଲି ବିଶ୍ୱାସ ରହିଛି । ଚୈତ୍ର ମାସ ଅଷ୍ଟମୀ ତିଥିରେ ଏଠାରେ ବଡ଼ ମେଳା ହୋଇଥାଏ । ଏହି ଦିନ ଶ୍ରଦ୍ଧାଳୁ ଆସି ଏଠାରେ ଥିବା ଶକ୍ତିକୁଣ୍ଡରେ ସ୍ନାନ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.