ଚଳିତ ବର୍ଷ ମା’ ଦକ୍ଷିଣେଶ୍ୱରୀ କାଳୀଙ୍କ ପାଳିତ ହୋଇଛି ଜନ୍ମ ବାର୍ଷିକ ଉତ୍ସବ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହର ଉପକଣ୍ଠରେରେ ମା’ଦକ୍ଷିଣେଶ୍ୱରୀ କାଳୀ ବିଜେ କରିଛନ୍ତି। ମା’ କାଳୀଙ୍କ ପୀଠ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପୀଠ ଭାବେ ଏହା ସବୁଠି ବେଶ ଜଣାଶୁଣା। କଲ୍ୟାଣମୟୀ, ଜଗତଜନନୀ ମା’ଦକ୍ଷିଣେଶ୍ୱରୀଙ୍କ ମହିମା ରହିଛି ସବୁଠୁ ସ୍ୱତନ୍ତ୍ର । ଆପଣ ଜାଣିଥିବେ କାଳୀପୂଜା ଏହି ଅଞ୍ଚଳର ଏକ ପ୍ରସିଦ୍ଧ ପର୍ବ। ଯେଉଁଠି ଜାତି-ବର୍ଣ୍ଣ-ଧର୍ମ ନିର୍ବିଶେଷରେ ଅତି ଆନନ୍ଦ ଉତ୍ସାହର ସହିତ ସମସ୍ତେ ମା’ ଙ୍କର ଏହି ପର୍ବକୁ ପାଳନ କରନ୍ତି ।

କିମ୍ବଦନ୍ତୀ ମହାପୁରାଣ ଅନୁଯାୟୀ ଯେଉଁ ସ୍ଥାନରେ ଏକ ଲକ୍ଷ ମୁଣ୍ଡ ଗଡେ ସେହି ସ୍ଥାନଟି ଶ୍ମଶାନରୁ ମହାଶ୍ମଶାନରେ ପରିଣତ ହୋଇଥାଏ ଏବଂ ସେଠାରେ ମା’କାଳୀ ଆର୍ବିଭାବ ହୁଅନ୍ତି। ସେହିପରି ମା’ଦକ୍ଷିଣେଶ୍ୱରୀ କାଳୀଙ୍କ ଶ୍ମଶାନ ହେଉଛି ଏଠାକାର ଲୋକମାନଙ୍କ ପାଇଁ ସ୍ୱର୍ଗଦ୍ୱାର। ସ୍ଥାନୀୟ ଲୋକମାନଙ୍କ ପାଇଁ ମା’ଦକ୍ଷିଣେଶ୍ୱରୀ କାଳୀ ହେଉଛନ୍ତି ଭକ୍ତି ଓ ବିଶ୍ୱାସର ପ୍ରତୀକ। କାଳୀପୂଜା ଆସିଲେ ଚଳଚଞ୍ଚଳ ହୋଇଉଠେ ମା’କାଳୀଙ୍କ ପୀଠ ଚାନ୍ଦବାଲି। ବହୁ ଦୂରଦୂରାନ୍ତରୁ ମା’ଙ୍କୁ ଦେଖିବାପାଇଁ ତଥା ପୂଜାକୁ ଉପଭୋଗ କରିବାପାଇଁ ଭକ୍ତମାନେ ଧାଇଁ ଆସନ୍ତି। ସନ୍ଧ୍ୟା ସମୟରେ ମା’ଙ୍କ ସନ୍ଧ୍ୟା ଆଳତି ଏକ ଧାର୍ମିକ ପରିବେଶ ସୃଷ୍ଟି କରିଥାଏ। ଏଠାରେ ମେଳା ୭ଦିନ ଧରି ଅନୁଷ୍ଠିତ ହୋଇଥାଏ। ମିନା ବଜାର ସହ ବହୁ ପ୍ରକାରର ଘରୋଇ ଉପକରଣ ମଧ୍ୟ ଏହି ମେଳାରେ ମିଳିଥାଏ।

ଭକ୍ତି ଓ ବିଶ୍ୱାସର ପ୍ରତୀକ ଚାନ୍ଦବାଲିର ମା’ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର। ଚଳିତ ବର୍ଷ ମା ଦକ୍ଷିଣେଶ୍ୱରୀ କାଳୀଙ୍କ ଜନ୍ମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ମା କାଳୀଙ୍କ ଜନ୍ମ ଉତ୍ସବ ପାଇଁ ଉତ୍ସବ ମୁଖର ହୋଇଉଠିଛି ଚାନ୍ଦବାଲି ସହର । ତେବେ ଚଳିତ ବର୍ଷ ମା ଦକ୍ଷିଣେଶ୍ୱରୀ କାଳୀଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି। । ଗତକାଲି ରାତିରେ ୧୦୮ ମହିଳା ଓ ପୁରୁଷ ଭକ୍ତମାନେ ଏକ ଶୋଭାଯାତ୍ରାରେ ଯାଇ ବୈତରଣୀ ନଦୀରୁ କଳସରେ ପାଣି ଆଣି ମାଙ୍କ ପାଖରେ ଘଟ ସ୍ଥାପନ କରିଥିଲେ । ଏହିସମୟରେ ଅନେକ ଭକ୍ତ ଆସି ମ୍‌ାଙ୍କ ଦର୍ଶନ କରି ଆଶୀଷ ଲାଭ କରୁଛନ୍ତି ।

Leave A Reply

Your email address will not be published.