କୋରାପୁଟ: ପିକଅପ ଭ୍ୟାନରୁ ୭ କ୍ବିଣ୍ଟାଲ ଓଜନର ଗଂଜେଇ ଜବତ କଲା ମାଛକୁଣ୍ଡ ପୋଲିସ

କୋରାପୁଟ: କୋରାପୁଟ ପୋଲିସକୁ ପୁଣି ଥରେ ଆଉ ଏକ ବଡ ସଫଳତା ମିଳିଛି । ମାଛକୁଣ୍ଡ ପୋଲିସ ଦ୍ବାରା ବିପୁଳ ପରିମାଣର ଗଂଜେଇ ଜବତ ହୋଇଛି । ଭୋର ସମୟରେ ଏକ ପିକଅପ ଭ୍ୟାନରେ ବିପୁଳ ପରିମାଣର ଗଂଜେଇ ଚାଲାଣ କରାଯାଉ ଥିବାବେଳେ ମାଟାମପୁଟ ନିକଟରେ ପୋଲିସ ଦ୍ୱାରା ଧରାପଡ଼ିଥିଲେ । ଗାଡି ସହ ପ୍ରାୟ ୭ କ୍ବିଣ୍ଟାଲ ଓଜନର ଗଂଜେଇ ଜବତ କରିଛି ପୋଲିସ । କିନ୍ତୁ ଘନ କୁହୁଡି କାରଣରୁ ପୋଲିସ ଆଖିରେ ଧୂଳି ଦେଇ ଗାଡି ଚାଲକ ଓ ଅନ୍ୟମାନେ ଗାଡି ଛାଡି ଘଟଣା ସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଛନ୍ତ ।

ଏନେଇ ତଦନ୍ତ ଜାରି ରହିଛିବୋଲି କୋରାପୁଟ ଏସପି ମୁକେଶ କୁମାର ଭାମୁ କହିଛନ୍ତି । ଏସପିଙ୍କ ଅନୁଯାୟୀ ଆନ୍ଧ୍ର ସୀମାନ୍ତରୁ ଗଂଜେଇ ବୋଝେଇ ଗାଡିଟି ଆସିଥିବା ବେଳେ ଏହା ଛତିଶଗଡକୁ ଚାଲାଣ କରାଯାଉଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାଯାଇଛି । କିନ୍ତୁ ଏହା ପଛର ସବିଶେଷ ତଥ୍ୟ ପାଇବା ପାଇଁ ପୋଲିସ ତଦନ୍ତ ପ୍ରକ୍ରିୟା ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.