ରାଜ୍ୟର ୩୦ ଜିଲ୍ଲାରୁ ଆଜି  ୨୦୧୯  କରୋନା ଆକ୍ରାନ୍ତ ଚିହ୍ନଟ, ୧୪ ଜଣ କରୋନାରେ ମୃତ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟର ୩୦ ଜିଲ୍ଲାରୁ ଆଜି  ୨୦୧୯  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୧୧୬୮ ଓ ଲୋକାଲ କଣ୍ଟାକ୍ଟ କେସରୁ  ୮୫୧ କରୋନା  ଆକ୍ରାନ୍ତ ଅଛନ୍ତି।  ଆଜିର ଆକ୍ରାନ୍ତଙ୍କୁ  ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୬୮ହଜାର ୩୬୪ରେ ପହଞ୍ଚିଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ୨୮୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୧୫୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିଭଳି  ନୟାଗଡ଼ ଜିଲ୍ଲାରୁ ୪୦, ଗଞ୍ଜାମ ଜିଲ୍ଲାରୁ ୩୩, ବଲାଙ୍ଗୀର ଜିଲ୍ଲାରୁ ୭୧, ବାଲେଶ୍ବର ଜିଲ୍ଲାରୁ ୬୪, କୋରାପୁଟ ଜିଲ୍ଲାରୁ ୪୧, ଭଦ୍ରକରୁ ୪୧, ରାୟଗଡ଼ା ଜିଲ୍ଲାରୁ ୨୪, ପୁରୀ ଜିଲ୍ଲାରୁ ୩୦, ସୁନ୍ଦରଗଡ଼ ଜିଲ୍ଲାରୁ ୯୯, ଜଗତସିଂହପୁର ଜିଲ୍ଲାରୁ ୬୪, ସମ୍ବଲପୁର ଜିଲ୍ଲାରୁ ୫୨, କଳାହାଣ୍ଡି ଜିଲ୍ଲାରୁ ୬୯, ଯାଜପୁର ଜିଲ୍ଲାରୁ ୭୩, କନ୍ଧମାଳ ଜିଲ୍ଲାରୁ ୩୧, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬୧, ମାଲକାନଗିରି ଜିଲ୍ଲାରୁ ୨୦, ଗଜପତି ଜିଲ୍ଲାରୁ ୬, ମୟୂରଭଞ୍ଜ ଜିଲ୍ଲାରୁ ୧୧୧ , ଝାରସୁଗୁଡ଼ା ଜିଲ୍ଲାରୁ ୪୩, ଢେଙ୍କାନାଳ ଜିଲ୍ଲାରୁ ୩୮, ନବରଙ୍ଗପୁର ଜିଲ୍ଲାରୁ ୬୦, କେନ୍ଦୁଝର ଜିଲ୍ଲାରୁ ୫୮, ସୁବର୍ଣ୍ଣପୁର ଜିଲ୍ଲାରୁ ୬୮, ଅନୁଗୁଳ ଜିଲ୍ଲାରୁ ୧୨୯, ବରଗଡ଼ ଜିଲ୍ଲାରୁ ୭୧, ନୂଆପଡ଼ା ଜିଲ୍ଲାରୁ ୯୦, ଦେବଗଡ଼ରୁ ୨୦ ଓ ବୌଦ୍ଧ ଜିଲ୍ଲାରୁ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୫୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।

ସେହିଭଳି ୨୪ ଘଣ୍ଟାରେ ରାଜ୍ୟରେ  କରୋନାରେ ୧୪ଜଣଙ୍କ ଜୀବନ ଯାଇଛି। ଆଜିର ମୃତକଙ୍କୁ ମିଶାଇ  ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୩୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.