Below header

ଭୁଲିଯାଇଥିବା ଗୀତକୁ ମନେ ପକାଇଦେବ ଗୁଗଲର ଏହି ନୂଆ ଫିଚର, ଜାଣନ୍ତୁ କେମିତି କରିବ କାମ

Google ନିଜର ସର୍ଚ୍ଚ ଟୁଲରେ ଏକ ନୂଆ ଫିଚର ‘hum to search’ ଆଡ୍‌ କରିଛି। ଏହା ସହାଯ୍ୟରେ ଆପଣ ଗୁଣୁଗୁଣାଉ ଥିବା କିମ୍ବା ହୁଇସିଲ୍‌ ବଜାଇ ଅଥବା ଗୀତ ଗାଇ ଗୁଗଲକୁ ସେହି ଗୀତ ବିଷୟରେ ଜଣାଇପାରିବେ। ବେଳେ ବେଳେ ଆପଣଙ୍କ ଏକ ଗୀତର ମ୍ୟୁଜିକ ମନେ ଥିଲେ ମଧ୍ୟ ଗୀତ ଭୁଲିଯାଇଥିବା ଆପଣ ନୋଟିସ କରିଥିବେ। ଏବେ ଏମିତି ଗୀତକୁ ଆପଣଙ୍କର ମନେ ପକାଇ ଦେବ ଗୁଗଲର ଏହି ଫିଚର। ଗୁଗଲ ମେଶିନ ଲର୍ନିଂ ଜରିଆରେ ଆପଣଙ୍କର ମନେ ପଡୁନଥିବା ଗୀତକୁ ଖୋଜିବାରେ ଚେଷ୍ଟା କରିବ।

ଏହି ଫିଚରକୁ ଆସିଠାରୁ iOS ଏବଂ ଆଣ୍ଡ୍ରଏଡ ଫୋନର ଗୁଗଲ ଆପ୍‌ରେ ରହିଛି। ଏହାକୁ ଗୁଗଲ ଆସିଷ୍ଟାଣ୍ଟ ପାଇଁ ମଧ୍ୟ ଉପଲବ୍ଧ କରାଯାଇଛି। ଏମିତି ଭୁଲିଯାଇଥିବା ଗୀତ ପାଇଁ ଆପଣ କେବଳ ଗୁଗଲକୁ ପଚାରିବାକୁ ହେବ ‘What’s the song ’ ଅଥବା ନୂଆ ଆଡ ହୋଥିବା ସର୍ଚ୍ଚ ଏ ସଙ୍ଗ ବଟନରେ ଟ୍ୟାପ କରିବାକୁ ହେବ। ଏହା ପରେ ଗୀତ ଗୁଣଗୁଣାଇବା ଦ୍ୱାରା ଗୁଗଲ ଭୁଲିଯାଇଥିବା ଗୀତକୁ ମନେ ପକାଇଦେବ।

google

ଏହାପରେ ଗୁଗଲ ତରଫରୁ ମ୍ୟାଚ କରିଥିବା ରେଜଲ୍ଟ ଆପଣଙ୍କୁ ଶୋ କରିବ। ଯଦି ସର୍ଚ୍ଚ ରେଜଲ୍ଟ ସଠିକ ରହେ ତେବେ ଆପଣ ଖୋଜୁଥିବା ଗୀତକୁ ଟ୍ୟାପ୍‌ କରି ଶୁଣିପାରିବେ। ଗୁଗଲର ଏହି ନୂଆ ଫିଚର ଗୀତର ମେଲୋଡିକୁ ରିପ୍ରେଜେଣ୍ଟ କରୁଥିବା ଅଡିଓର ନମ୍ବର ବେସଡ ସିକ୍ୱେନ୍ସକୁ ଟ୍ରାନ୍ସଫର କରିଦେଇଥାଏ। ଏହି ମେସିନ ଲର୍ନିଂ ମେଡଲ୍ସରେ କେତେକ ସୋରସେଜରେ ପ୍ରଶିକ୍ଷଣ ଦିଆଯାଇଛି। ଯାହାଫଳରେ ଏହା ଭଲ ଭାବେ କାମ କରିପାରିବ। ଏଥିରେ ମଣିଷ ଗୀତ ଗାଇବା, ଗୁଣଗୁଣାଇବା ଏବଂ ହୁଇସିଲ ବଜାଇବା ସାମିଲ ରହିଛି। ଏହି ଫିଚର iOS ରେ ଇଂଲିଶ ଏବଂ ଆଣ୍ଡ୍ରଏଡରେ ୨୦ରୁ ଅଧିକ ଭାଷାରେ ଉପଲବ୍ଧ ରହିଛି। ଗୁଗଲ ଏଥିରେ ଏହି ଭାଷା ଯୋଡିବାକୁ ପ୍ରସ୍ତୁତି ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.