Below header

ପୋଲିସ ଛଡ଼ାଇ ଦେଲା ଦାଦା ପଣିଆ, ୨୪ ଘଣ୍ଟାରେ ୧୦ ଜଣ ବଟି ଆଦାୟକାରୀଙ୍କୁ ଗିରଫ କଲା କମିସନରେଟ ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ଟ୍ଵିନ୍‌ସିଟିରେ ଦାଦାବଟିକୁ ପ୍ରଶ୍ରୟ ଦିଆଯିବ ନାହିଁ। ଏହାକୁ ମିଶନ ଭାବେ ନେଇଛି କମିସନରେଟ ପୋଲିସ । ଟ୍ଵିନସିଟିରେ ଦାଦାବଟି ବିରୋଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନକୁ ଅଧିକ ସୁଦୃଢ ଓ ସକ୍ରିୟ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପୋଲିସ କମିସନର ସୁଧାଶୁଂ ଷଡ଼ଙ୍ଗୀ। କଟକ ଓ ଭୁବନେଶ୍ୱରକୁ ଦାଦାବଟି ମୁକ୍ତ କରାଯିବ। ଏନେଇ ଜନସାଧାରଣଙ୍କ ସହାୟତା ଲୋଡ଼ିଛନ୍ତି ସିପି। ଦାଦାବଟି ନେଇ ସୂଚନା ପ୍ରଦାନକାରୀଙ୍କୁ ପୁରସ୍କୃତ କରାଯିବ ।

dada bati

ସେହିପରି ଦାଦାବଟି ଦେଉଥିବା ଲୋକେ ପୋଲିସର ସହାୟତା ନେବାକୁ ପରାମର୍ଶ ଦିଆଯାଇଛି। ଭୁବନେଶ୍ୱରରେ ଗତ ୨୪ ଘଣ୍ଟାରେ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ । କ୍ୟାପିଟାଲ ପୋଲିସ ୩ଜଣ, ଖଣ୍ଡଗିରି ପୋଲିସ ୫ଜଣ, ବଡ଼ଗଡ଼ ପୋଲିସ ଓ ଚନ୍ଦ୍ରଶେଖର ପୋଲିସ ଜଣେ ଲେଖାଏଁ ଦାଦାବଟି ଆଦାୟ କରୁଥିବା ଅପରାଧୀଙ୍କୁ ଗିରଫ କରିଛି । ୧ଲକ୍ଷ ୪ ହଜାର ଟଙ୍କା ସହ ଏକ ସ୍କର୍ପିଓ ଗାଡ଼ିକୁ ଜବତ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.