ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲା, ଜୁଲାଇ ୧୩କୁ ଘୁଞ୍ଚିଲା ଶୁଣାଣି

ଘୁଞ୍ଚିଲା ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲା । ଆସନ୍ତା ଜୁଲାଇ ୧୩ ତାରିଖରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ହେବ । ବାତ୍ୟା ଯୋଗୁ ତୃତୀୟ ମିଳିତ ବୈଠକ ହୋଇପାରିନଥିଲା। ଏଥିପାଇଁ ଓଡ଼ିଶା ଓ ଛତିଶଗଡ଼ ୪ ସପ୍ତାହ ସମୟ ମାଗିଥିଲୋ । ଉଭୟ ରାଜ୍ୟର ଆବେଦନକୁ ଗ୍ରହଣ କରିଛନ୍ତି ଟ୍ରିବ୍ୟୁନାଲ ।

ପୂର୍ବରୁ ଆପୋସ ସମାଧାନ ମାଧ୍ୟମରେ ଜଳ ବିବାଦର ସମାଧାନ ପାଇଁ କହିଥିଲେ ଟି୍ରବ୍ୟୁନାଲ । ଉଭୟ ରାଜ୍ୟର ଆଡଭୋକେଟ୍‌ ଜେନେରାଲ ସ୍ତରୀୟ ଓ ଜଳ ସମ୍ପଦ ସଚିବ ସ୍ତରୀୟ ବୈଠକ ଫେଲ ମାରିଥିଲା । ପରେ ଗତ ମାର୍ଚ୍ଚ ୩୦ତାରିଖ ଶୁଣାଣିରେ ପୁଣି ଆପୋସ ସମାଧାନ ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ । ଛତିଶଗଡ଼ରେ ମହାନଦୀ ଉପରେ ନିର୍ମାଣାଧିନ ପ୍ରକଳ୍ପ ଉପରେ କାର୍ଯ୍ୟବନ୍ଦ ଆଦେଶ ଜାରି କରିବା ଏବଂ ଅଣମୌସୁମୀ କାଳରେ ହୀରାକୁଦ ଜଳଭଣ୍ଡାରକୁ ୨ ମିଲିୟନ ଏକର ଫୁଟ ଜଳ ପ୍ରବାହ ସୁନିଶ୍ଚିତ କରିବାକୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ସରକାର ଅନ୍ତରୀଣ ଆବେଦନ କରିଛନ୍ତି । ଆସନ୍ତା ଜୁଲାଇ ୧୩ ତାରିଖକୁ ଶୁଣାଣି ଘୁଞ୍ଚିଥିବା ବେଳେ ଓଡ଼ିଶାକୁ ନ୍ୟାୟ ମିଳିବା ନେଇ ଆଶାବାଦୀ ବୋଲି କହିଛନ୍ତି ଆଡଭୋକେଟ ଜେନେରାଲ ସୂର୍ଯ୍ୟପ୍ରସାଦ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.