Below header

ଆଜି ଚିଲିକା ମୁହାଁଣ ପରିଦର୍ଶନ କରିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍, ଗତକାଲି ମୁଣ୍ଡଳୀ ବ୍ୟାରେଜ ସ୍ଥିତି ବୁଲି ଦେଖିଥିଲେ

କଟକରେ ମହାନଦୀର ସ୍ଥିତି ଅନୁଧ୍ୟାନ କଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଆଜି ଚିଲିକା ମୁହାଁଣ କରିବେ ପରିଦର୍ଶନ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମିର୍ଜାପୁରଠାରୁ ମୋଟର ବୋଟ୍ ରେ ଏହି ଟିମ୍ ଚିଲିକା ମୁହାଁଣ ଯିବେ ।

ବ୍ରହ୍ମଗିରି (କେନ୍ୟୁଜ): କଟକରେ ମହାନଦୀର ସ୍ଥିତି ଅନୁଧ୍ୟାନ କଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଆଜି ଚିଲିକା ମୁହାଁଣ କରିବେ ପରିଦର୍ଶନ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମିର୍ଜାପୁରଠାରୁ ମୋଟର ବୋଟ୍ ରେ ଏହି ଟିମ୍ ଚିଲିକା ମୁହାଁଣ ଯିବେ । ୧୦ ଦିନିଆ ଗସ୍ତରେ ଆସିଥିବା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ସଦସ୍ୟମାନେ ଗତକାଲି କଟରରେ ମହାନଦୀର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଟ୍ରିବ୍ୟୁନାଲ ଟିମ୍ ପ୍ରଥମେ ମୁଣ୍ଡଳୀ ବ୍ୟାରେଜ ପରିଦର୍ଶନ କରିଥିଲେ। ମୁଣ୍ଡୁଳି ବ୍ରିଜର ଜଳ ଧାରଣ କ୍ଷମତା ଓ ଗଚ୍ଛିତ ଥିବା ଜଳ ରାଶି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏହାପରେ ସାପୁଆ କେନାଲରେ ପହଞ୍ଚି ସ୍ଥିତି ପରଖିବା ପରେ କାଠଯୋଡ଼ି ନଦୀର ଉତ୍ପତ୍ତି ସ୍ଥଳ ନରାଜ ବ୍ୟାରେଜ ଦେଖିଥିଲେ। ଏହାପରେ ଟିମ୍ ଗଡଗଡିଆ ଓ ପରେ ଯୋବ୍ରା ଆନିକଟ ଓ ବିରୂପା ବ୍ୟାରେଜ୍ ଗସ୍ତ କରି ମହାନଦୀ ଜଳ ର ସ୍ଥିତି ଅନୁଧ୍ୟାନ କରିଥିଲେ।

ଏହି ଟିମରେ କେନ୍ଦ୍ରରୁ ଆସିଥିବା ଟ୍ରିବ୍ୟୁନାଲ ଟିମ ସହ ଛତିଶଗଡ ଏବଂ ଓଡିଶାର ଅଧିକରାରୀ ଓ ଜିଲ୍ଲାପାଳ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଆସି ମହାନଦୀର ସ୍ଥିତି ବୁଲି ଦେଖିଛନ୍ତି । ଓଡିଶାର ବିଶେଷଜ୍ଞଙ୍କ ସହ ମହାନଦୀ ଟ୍ରିବ୍ୟୁନାଲ ଟିମ ଆଲୋଚନା କରିଛନ୍ତି । ଛତିଶଗଡ ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ପରେ କିପରି ମହାନଦୀର ଜଳଧାର କମିଯାଇଛି, ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.