ନୂଆ ସଂସଦ ଭବନର ଆସିଲା ଫାଷ୍ଟ ଲୁକ: ଆସନ୍ତାକାଲି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଆସନ୍ତାକାଲି ନୂଆ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚୋଳ ରାଜବଂଶର ଏହି ଐତିହାସିକ ରାଜଦଣ୍ଡ ତାମିଲ ପରଂପରା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହସ୍ତାନ୍ତର କରାଯିବ। ମୋଦି ଏହାକୁ ସ୍ଥାପିତ କରିବେ।

ନୂଆଦିଲ୍ଲୀ : ଆସନ୍ତାକାଲି ନୂଆ ସଂସଦ ଭବନର ଉଦଘାଟନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ। ଉଦଘାଟନ ପୂର୍ବରୁ ସଂସଦ ଭବନର ଫାଷ୍ଟ ଲୁକ ଆସିଛି। ରିଲିଜ କରିଛନ୍ତି ପ୍ରଧାନମନ୍ତ୍ରୀ। ୬୪ ହଜାର ୫୦୦ ବର୍ଗମିଟର ପରିମିତ ଅଞ୍ଚଳରେ ନିର୍ମିତ ହୋଇଥିବା ନୂଆ ସଂସଦ ଭବନରେ ଅତ୍ୟାଧୁନିକ ସୁବିଧା ରହିଛି। ତେବେ ଉଦଘାଟନୀ ଉତ୍ସବକୁ ନେଇ ରାଜନୀତି ଜେଜୁଛି। ଉଦଘାଟନୀ ଉତ୍ସବ ଶାସକ-ବିରୋଧୀଙ୍କ ଶକ୍ତି ପ୍ରଦର୍ଶନର କ୍ଷେତ୍ର ହେବାକୁ ଯାଉଛି । କଂଗ୍ରେସ ସମେତ ୨୦ ରାଜନୈତିକ ଦଳ ଉତ୍ସବକୁ ବୟକଟ କରିଛନ୍ତି । ମୋଦିଙ୍କ ଦ୍ୱାରା ଉଦ୍‌ଘାଟନକୁ ବିରୋଧ କରି ଏମାନେ ବୟକଟ କରିଛନ୍ତି । ତେବେ ଏନଡିଏର ମେଣ୍ଟ ସଦସ୍ୟ ଓ ଆଉ ୭ ରାଜନୈତିକ ଦଳ ସମର୍ଥନ କରୁଛନ୍ତି। ଏମାନେ ଉଦ୍‌ଘାଟନୀ ଉତ୍ସବରେ ସାମିଲ ହେବେ । ପାର୍ଲ୍ୟାମେଣ୍ଟ ଉଦଘାଟନୀ ଉତ୍ସବକୁ ଗଣତନ୍ତ୍ରର ଉତ୍ସବ କହିଛନ୍ତି ସରକାର।

ଚୋଳ ରାଜବଂଶର ଏହି ଐତିହାସିକ ରାଜଦଣ୍ଡ ତାମିଲ ପରଂପରା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହସ୍ତାନ୍ତର କରାଯିବ। ମୋଦି ଏହାକୁ ସ୍ଥାପିତ କରିବେ। ଏଥିପାଇଁ ତାମିଲନାଡ଼ୁରୁ ସନ୍ଥମାନେ ଦିଲ୍ଲୀରେ ପହଞ୍ଚୁଛନ୍ତି। ରାଜଦଣ୍ଡ ହସ୍ତାନ୍ତର ପାଇଁ ଚାଲିଛି ଜୋରସୋର ରିହରସାଲ। ତାମିଲନାଡ଼ୁର ଆଧେନାମ ଏବଂ ଓଦୁଭର ସନ୍ଥମାନେ ସେନଗଲ ହସ୍ତାନ୍ତର କରିବେ। ବିଧି ମୁତାବକ ହସ୍ତାନ୍ତର ପାଇଁ ସରକାର ସନ୍ଥମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ଦିଲ୍ଲୀ ଆରକେ ପୁରମରେ ଥିବା ମଲାଇ ମନ୍ଦିରରେ ରିହରସାଲ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.