ଆତଙ୍କ! ଯାଜପୁରର ପାଲଟପୁର ଗାଁରେ ଘରେ ଘରେ ବାହାରୁଛନ୍ତି କର୍କଟ ରୋଗୀ

ଗାଁରେ ଆତଙ୍କ ଖେଳାଇଛି କର୍କଟ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟପୁର ଗାଁରେ କର୍କଟ ବା କ୍ୟାନ୍ସର ଆତଙ୍କ ଖେଳାଇଛି । ଘରେ ଘରେ ବାହାରୁଛନ୍ତି କ୍ୟାନ୍ସର ରୋଗୀ । ବିଗତ ୧୦ ବର୍ଷ ମଧ୍ୟରେ ୩୦ ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି ୨୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆକ୍ରାନ୍ତ ଅଛନ୍ତି । କେଉଁ କାରଣରୁ ଏଭଳି ରୋଗ ବ୍ୟାପୁଛି ସେ ନେଇ ଚିନ୍ତାରେ ଗ୍ରାମବାସୀ ।

ଯାଜପୁର ଟାଉନ(କେନ୍ୟୁଜ୍): ଗାଁରେ ଆତଙ୍କ ଖେଳାଇଛି କର୍କଟ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟପୁର ଗାଁରେ କର୍କଟ ବା କ୍ୟାନ୍ସର ଆତଙ୍କ ଖେଳାଇଛି । ଘରେ ଘରେ ବାହାରୁଛନ୍ତି କ୍ୟାନ୍ସର ରୋଗୀ । ବିଗତ ୧୦ ବର୍ଷ ମଧ୍ୟରେ ୩୦ ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି ୨୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆକ୍ରାନ୍ତ ଅଛନ୍ତି । କେଉଁ କାରଣରୁ ଏଭଳି ରୋଗ ବ୍ୟାପୁଛି ସେ ନେଇ ଚିନ୍ତାରେ ଗ୍ରାମବାସୀ । ତେବେ କେବଳ ଗୋଟିଏ ନୁହେଁ ବିଭିନ୍ନ ପ୍ରକାର କ୍ୟାନ୍ସରରେ ଆକ୍ରାନ୍ତ ହେଉଛନ୍ତି ଲୋକେ । ଏ ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

ଏପଟେ କ୍ୟାନ୍ସରରେ ବିଭିନ୍ନ ବର୍ଗର ଲୋକେ ବି ଆକ୍ରାନ୍ତ ହେଉଛନ୍ତି । ହେଲେ ଚିକିତ୍ସା ପାଇଁ ଆର୍ଥିକ ସମ୍ବଳବାଧା ସୃଷ୍ଟି କରୁଛି । କଟକକୁ ଯାଇ କେହି କେହି ଚିକିତ୍ସା କରି ସର୍ବଶାନ୍ତ ହେଲେଣି । ଏଭଳି ସମସ୍ୟା ନେଇ ସ୍ଥାନୀୟ ସରପଂଚଙ୍କ ନେତୃତ୍ୱରେ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ଏ ସଂପର୍କରେ ଖବର ପାଇବା ପରେ ଜିଲ୍ଲା ପ୍ରଶାସନ ଗାଁରେ ପହଂଚି ଏହାର ଅନୁଧ୍ୟାନ କରୁଛି । ମୃତକଙ୍କ ପରିବାର ବର୍ଗକୁ ଭେଟିବା ସହିତ ବିଭିନ୍ନ କାରଣ ଖୋଜୁଛି ଜିଲା ସ୍ୱାସ୍ଥ୍ୟ ବିଭାଗ ।

ଏଥିସହିତ ଗାଁରେ କ୍ୟାନ୍ସର ରୋଗ ଚିହ୍ନଟ ପାଇଁ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ ବୋଲି ଜିଲ୍ଲା ଚିକିତ୍ସା ଅଧିକାରୀ ପ୍ରତିଶୃତି ଦେଇଛନ୍ତି । କ୍ୟାନ୍ସର ରୋଗୀ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେମୋ ଥେରାପି ବ୍ୟବସ୍ଥା ରହିଛି ବୋଲି ସିଡିଏମଓ କହିଛନ୍ତି । ଏଭଳି ଏକ ଗମ୍ଭୀର ବିଷୟରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ନିହାତି ଆବଶ୍ୟକ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.