ପରଜଙ୍ଗ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ୭ ଜଣଙ୍କୁ ବାନ୍ଧିଲା ପୋଲିସ

ପରଜଙ୍ଗ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ୭ ଜଣଙ୍କୁ ବାନ୍ଧିବା ସହ ଗୋଟିଏ ଜେସିବି ଏବଂ ୨ଟି ଟ୍ରାକ୍ଟର ଜବତ ।

ଢେଙ୍କାନାଳ (କେନ୍ୟୁଜ): ପରଜଙ୍ଗ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ୭ ଜଣଙ୍କୁ ବାନ୍ଧିବା ସହ ଗୋଟିଏ ଜେସିବି ଏବଂ ୨ଟି ଟ୍ରାକ୍ଟର ଜବତ ।

ଗତକାଲି ଢେଙ୍କାନାଳ କାମାକ୍ଷାନଗର ଥାନା ପଥରଖମ୍ବ ଗାଁ ନିକଟରେ ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ସରକାରୀ ଜମିରୁ ଜେସିବିରେ ବେଆଇନ ଭାବେ ମାଟି ଖୋଳା ଯାଉଥିବା ବେଳେ ଖବର ପାଇ ତହସିଲଦାର ସି.ଏସ. ପଟେଲ ଚଢାଉ ପାଇଁ ପହଞ୍ଚିଥିଲେ। ବେଆଇନ ଭାବେ ମାଟି ଉଠାଉଥିବା ବେଳେ ତହସିଲଦାର ନିଜ ମୋବାଇଲରେ ଫଟୋ ଉଠାଇଥିଲେ।

ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ମାଫିଆ ଆକ୍ରମଣ କରିଥିଲେ। ପ୍ରବଳ ମାଡ଼ ମାରିବା ସହ ଜେସିବି ଚଢାଇ ଦେବାକୁ ଉଦ୍ୟମ କରିଥିଲେ। ପର୍ଜଙ୍ଗ ରାଜସ୍ୱ ନିରୀକ୍ଷକ ଆଲୋକ କୁମାର ଲେଙ୍କା ଖବର ପାଇ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ତାଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ୮ରୁ ୧୦ ଜଣ ମାଫିଆ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିଲେ। ଆହତ ଅବସ୍ଥାରେ ତହସିଲଦାର, ଆରଆଇ ଓ ଜଣେ କିରାଣୀଙ୍କୁ କାମାକ୍ଷାନଗର ମେଡିକାଲରେ ଉର୍ତ୍ତି କରାଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.