ନବୀନ ନିବାସରେ ମହିମା ସାଧୁ ସନ୍ଥ, ମହିମା ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଲେ

ନବୀନ ନିବାସରେ ମହିମା ସାଧୁ ସନ୍ଥ । ଯୋରନ୍ଦା ମହିମା ପୀଠର ଉନ୍ନତିକରଣ ଓ ରୂପାନ୍ତର ପାଇଁ ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ୧୧୨କୋଟି ଟଙ୍କା ମଞ୍ଜୁର କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ମହିମା ସାଧୁ ସନ୍ଥ ।

ସେମାନଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏତିକିବେଳେ ଉପସ୍ଥିତ ଥିଲେ ଫାଇଭ୍‌ ଟି ସଚିବ ଭି. କେ ପାଣ୍ଡିଆନ୍‌ । ଗତ ୨୯ ତାରିଖରେ ଯୋଗନ୍ଦା ମହିମା ପୀଠ ଗସ୍ତ କରିଥିଲେ ଫାଇଭ ଟି ସଚିବ ।

ସାଧୁଙ୍କ ସହ ଆଲୋଚନା କରିଥିଲେ । ମହିମା ଗାଦିର ଉନ୍ନିତକରଣ ପାଇଁ ଏକ ପ୍ରସ୍ତାବ ଦେବାକୁ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହାପରେ ମହିମା ଗାଦିର ନବକଳେବର ପାଇଁ ଉନ୍ନତିକରଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ ଅର୍ଥ ଅନୁମୋଦନ କରିଥିଲେ । ମହିମା ଗାଦିକୁ ପ୍ରମୁଖ ତୀର୍ଥସ୍ଥାନ ଓ ପର୍ଯ୍ୟଟନ କ୍ଷେତ୍ର ଭାବରେ ବିକଶିତ କରାଯିବ । .

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.