ଖୁବଶୀଘ୍ର ସ୍ଥାନାନ୍ତର ହେବ ଚିଲିକାରେ ଫସି ରହିଥିବା ମାଲେସିଆ ଜାହାଜ, ଜିଲ୍ଲା ପ୍ରଶାସନ କରିଛି ବିଭିନ୍ନ ବିଭାଗ ସହ ଯୋଗାଯୋଗ

ଖୁବଶୀଘ୍ର ସ୍ଥାନାନ୍ତର ହେବ ଚିଲିକା ରାଜହଂସ ନିକଟରେ ଫସିଥିବା ମାଲେସିଆ ଜାହାଜ। ଏନେଇ ଜିଲ୍ଲା ପ୍ରଶାସନ ବିଭିନ୍ନ ବିଭାଗ ସହ ଯୋଗାଯୋଗରେ ରହିଛି। ସମୁଦ୍ର ଢେଉରେ ଜାହାଜ ଢଳି ପଡ଼ିଥିବା ବେଳେ ଏହାକୁ ସିଧା କରାଯାଇଥିବା କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ତେବେ ଏଥିରୁ ତୈଳ ନିର୍ଗତ ହେବାର କୌଣସି ଆଶଙ୍କା ନାହିଁ ବୋଲି ସେ କହିଛନ୍ତି। ଜାହାଜରେ ୩୩ହଜାର ଲିଟର ତେଲ ଥିବାରୁ ଏହା ନିର୍ଗତ ହୋଇ ପରିବେଶ ପ୍ରତି ବିପଦ ସୃଷ୍ଟିକରିବା ଆଶଙ୍କା କରାଯାଇଥିଲା। ଗତ ୭ ତାରିଖରୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ରାଜହଂସ ଦ୍ୱୀପରେ ଅଟକି ରହିଛି କାର୍ଗୋ ସିପ୍‌ । ଜାହାଜରେ ପ୍ରାୟ ୩୦ ହଜାର ଲିଟର ଡିଜେଲ ମହଜୁଦ୍‌ ରହିଛି । ସେଥିରୁ ହଜାରେ ଲିଟର ଲ୍ୟୁବ ଅଏଲ ଓ ୨ ଶହ ଲିଟର ହାଇଡ୍ରୋଲିକ୍‌ ଅଏଲ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.