ନୂଆବର୍ଷରେ ମାଲକାନଗିରିକୁ ଉଡ଼ିବ ବିମାନ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ନୂଆବର୍ଷରେ ମାଲକାନଗିରିକୁ ଉଡ଼ିବ ବିମାନ । ମାଓଗଡ଼କୁ ସିଧାସଳଖ ଆରମ୍ଭ ହେବ ବିମାନସେବା । ଓଡ଼ିଶାର ରେଡ୍ ହଟ୍ ଜୋନ୍ ଭାବରେ ପରିଚିତ ମାଲକାନିଗିରିରେ ଜାନୁଆରୀ ଆରମ୍ଭରେ ବିମାନବନ୍ଦର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନୂଆବର୍ଷରେ ମାଲକାନଗିରିକୁ ଉଡ଼ିବ ବିମାନ । ମାଓଗଡ଼କୁ ସିଧାସଳଖ ଆରମ୍ଭ ହେବ ବିମାନସେବା । ଓଡ଼ିଶାର ରେଡ୍ ହଟ୍ ଜୋନ୍ ଭାବରେ ପରିଚିତ ମାଲକାନିଗିରିରେ ଜାନୁଆରୀ ଆରମ୍ଭରେ ବିମାନବନ୍ଦର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରି ଏୟାରପୋର୍ଟରେ ଓହ୍ଲାଇବା ସହ ବିମାନବନ୍ଦରକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏବେ ଏୟାରପୋର୍ଟ ନିର୍ମାଣ କାମ ଜୋରସୋରରେ ଚାଲିଛି ।

୨୦୧୯ ନିର୍ବାଚନ ପୂର୍ବରୁ ଗୁରୁପ୍ରିୟା ସେତୁର ଉଦଘାଟନ ମାଲକାନଗିରି ସ୍ବାଭିମାନ ଅଞ୍ଚଳର ବିକାଶ ଯାତ୍ରାରେ ନୂଆ ଫର୍ଦ୍ଦ ଯୋଡ଼ିଥିଲା । ଏବେ ବିମାନ ସେବା ଲାଲଗଡ଼ରେ ଯୋଗାଯୋଗ କ୍ଷେତ୍ରରେ ଦ୍ବିତୀୟ ମାଇଲଖୁଣ୍ଟ ହେବ । ସିଧାସଳଖ ବିମାନସେବା ମାଲକାନଗିରି ଜିଲ୍ଲାର ଅର୍ଥନୈତିକ, ପର୍ଯ୍ୟଟନର ବିକାଶ ସହ ସୁରକ୍ଷାକର୍ମୀଙ୍କ ଯାଆସ ଅଧିକ ସୁଗମ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.