Below header

ଧନୁଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ, ଜାନୁୟାରୀ ୧୫ ରୁ ୨୫ ତାରିଖ ଯାଏ ଚାଲିବ ଧନୁଯାତ୍ରା

ଗୋପପୁର ସାଜିବାକୁ ଥିବା ଅମ୍ବାପାଲି ଠାରେ ସୋମବାର ସନ୍ଧ୍ୟାରେ ଧନୁଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହୋଇଛି ।

ବରଗଡ଼(କେନ୍ୟୁଜ):  ଗୋପପୁର ସାଜିବାକୁ ଥିବା ଅମ୍ବାପାଲି ଠାରେ ସୋମବାର ସନ୍ଧ୍ୟାରେ ଧନୁଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହୋଇଛି । ଅମ୍ବାପାଲି ସ୍ଥିତ ମାଁ ସମଲେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଜୀରା ନଦୀ ଠାରେ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହୋଇଛି । ବରଗଡ଼ ଉପ ଜିଲ୍ଲାପାଳ ,ବରଗଡ଼ ପୋୖର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ , ଗୋପପୁର କମିଟିଙ୍କ ସମେତ କଳାକାରମାନେ ଉପସ୍ଥିତ ଥିଲେ । ଆସନ୍ତା ଜାନୁୟାରୀ ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବିଶ୍ବର ସର୍ବବୃହତ ଖୋଳା ରଂଗ ମଞ୍ଚରେ ଧନୁଯାତ୍ରା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.