ମଧ୍ୟପ୍ରଦେଶରେ ପ୍ରଶଂସିତ ମାଲକାନଗିରିର ପ୍ରକଳ୍ପ, କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ଓପନ ଇକୋସାନ କମ୍ୟୁନିଟି ଟଏଲେଟକୁ ବୈଜ୍ଞାନିକଙ୍କ ପ୍ରଶଂସା

ମାଲକାନଗିରିର ପ୍ରକଳ୍ପ ମଧ୍ୟପ୍ରଦେଶରେ ପ୍ରଶଂସିତ। ଜାତୀୟସ୍ତର ବାଲ ବିଜ୍ଞାନ ସମ୍ମିଳନୀରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଙ୍କ ଓପନ ଇକୋସାନ କମ୍ୟୁନିଟି ଟଏଲେଟକୁ ସିଏସଆଇଆର ବୈିଜ୍ଞାନିକଙ୍କ ପ୍ରଶଂସା। ଜାପାନିଜ ଏନସେଫାଲାଇଟିସ୍‌ ରୋଗରୁ ରକ୍ଷା କରିବାରେ ଏହି ପ୍ରକଳ୍ପ ସହାୟକ ହେବ । ମାଲକାନଗିରି ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟର ସ୍ୱୟଂ ପ୍ରକାଶ ରାଉତ ଓ ସତ୍ୟମ ଶିବମ ମହାନ୍ତି ଓପନ ଇକୋସାନ କମ୍ୟୁନିଟି ଟଏଲେଟ ତିଆରି କରି ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଭୋପାଲ ଠାରେ ଆୟୋଜିତ ଜାତୀୟ ସ୍ତରର ବାଲ ବିଜ୍ଞାନ ସମ୍ମିଳନୀରେ CSIR ବୈିଜ୍ଞାନିକ ମାନଙ୍କ ଦ୍ୱାରା ପ୍ରକଳ୍ପଟି ପ୍ରଶଂସିତ ହୋଇଛି । ଅନ୍ୟପଟେ କେରଳର ଥିରୁଅନନ୍ତପୁରମ ଠାରେ ଆୟୋଜିତ ହୋବକୁ ଥିବା ଉଚ୍ଚ ସ୍ତରୀୟ ବାଲ ବିଜ୍ଞାନ ସମ୍ମିଳନୀରେ ଏହି ପ୍ରକଳ୍ପ ପ୍ରଦର୍ଶିତ ହେବାକୁ ଯାଉଛି । ଏହି ଖବର ପ୍ରଚାର ପରେ ଅଞ୍ଚଳରେ ଖୁସିର ମାହୋଲ ଦେଖାଦେଇଛି । ଏହି ପ୍ରକଳ୍ପ ଜାପାନିଜ ଏନସେଫାଲାଇଟିସ୍‌ ରୋଗରୁ ରକ୍ଷା କରିବାରେ ସହାୟକ ହେବ ବୋଲି କହିଛନ୍ତି । ଏଥିପାଇଁ ଜିଲ୍ଲାରେ ଜାପାନିଜ ଏନସେଫାଲାଇଟିସ୍‌ ଆକ୍ରାନ୍ତ ଗାଁ ଗୁଡିକରେ ସର୍ଭେ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.