Below header

ମାଓବାଦୀଙ୍କ ଆମ୍ବୁସରେ ଫସିଗଲେ ଜବାନ, ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୧୭ ଯବାନ ସହିଦ

ମାଲକାନାଗିରି (କେନ୍ୟୁଜ୍) : ପୋଲିସ-ମାଓବାଦୀ ମୁହାଁମୁହିଁ । ଛତିଶଗଡ଼ରେ ନକ୍ସଲ ହମ୍‌ଲା । ଲାଲବାହିନୀର ଆମ୍ବୁସରେ ଫସିଗଲେ ଯବାନ । ଗୁଳି ବିନିମୟରେ ୧୭ ଯବାନ ସହିଦ ହୋଇଛନ୍ତି । ଆହତ ହୋଇଛନ୍ତି ୧୪ ଜଣ । ସେମାନଙ୍କୁ ରାୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶନିବାର ଦିନ ଗୋଟାଏ । ସ୍ଥାନ- ସୁକମା କାସଲପାଦ ଜଙ୍ଗଲ । ମାଓ ଦମନ ଅଭିଯାନ ଚଳାଇଥିଲା CRPF, STF ଓ DRGର ସୁରକ୍ଷାକର୍ମୀ । ହଠାତ୍‌ ଯବାନଙ୍କ ଉପରେ ହମଲା କରିଥିଲେ ମାଓବାଦୀ । ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଉଭୟ ପକ୍ଷ ମଧ୍ୟରେ ଚାଲିଲା ଗୁଳି ବିନିମୟ । ଯବାନଙ୍କ ଗୁଳିରେ କିଛି ମାଓବାଦୀ ନିହତ ହୋଇଥିବା ସନ୍ଦେହ କରାଯାଉଛି । ମାଓବାଦୀଙ୍କ ଆମ୍ବୁସ ପରେ ସଂପୃକ୍ତ ଜଙ୍ଗଲରେ କମ୍ବିଂ ଅପରେସନକୁ ଜୋରଦାର କରିଛି ସୁରକ୍ଷାବାହିନୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.