ଜନତା କର୍ଫ୍ୟୁ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ୧୪୧ଟି ଟ୍ରେନ୍‌ ବାତିଲ

ଜନତା କର୍ଫ୍ୟୁ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ୧୪୧ଟି ଟ୍ରେନ୍‌ ବାତିଲ କରାଯାଇଛି । ୪୮ଟି ଏକ୍ସପ୍ରେସ୍‌ ଓ ୯୩ଟି ପାସେଞ୍ଜର ଟ୍ରେନ୍‌ ବାତିଲ ହୋଇଛି । ଭୋର ୪ଟାରୁ ରାତି ୧୦ଟା ଭିତରେ ଯେଉଁ ଟ୍ରେନ୍‌ ଛାଡିବାକୁ ଥିବ ସେସବୁ ଟ୍ରେନ୍‌ ବାତିଲ କରାଯାଇଛି । ସେହିପରି ଯେଉଁ ଟ୍ରେନ୍‌ ଭୋର ୪ଟା ପୂର୍ବରୁ ଛାଡିଥିବେ ଓ ରାତି ୧୦ଟା ପରେ ଛାଡିବାକୁ ଥିବ ସେମାନେ ଲକ୍ଷ୍ୟ ସ୍ଥଳକୁ ଯାଇପାରିବେ ।

You might also like