କରୋନା ପାଇଁ ଗୋଟିଏ ଦିନରେ ୭୯୩ ମୃତ୍ୟୁ, ଇଟାଲୀରୁ ଆସିଲା ଏଭଳି ହୃଦୟବିଦାରକ ଦୃଶ୍ୟ 

ସାରା ଦୁନିଆରେ କରୋନା ଭାଇରସର ସଂକ୍ରମଣ ଦିନକୁଦିନ ବଢ଼ିବାରେ ଲାଗିଛି । ତେବେ ଏହି ସଂକ୍ରମଣ ମାମଲା ଏବେ ଦୁଇ ଲକ୍ଷ ୭୫ ହଜାର ଛୁଇଁଛି ଏବଂ ମୃତ୍ୟୁ ସଂଖ୍ୟା ୧୧, ୦୦୦ରେ ପହଂଚିଛି । କେବଳ ଇଟାଲୀରେ କରୋନା ଯୋଗୁଁ ପ୍ରାୟ ୪୮୨୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ।

କରୋନା ଭାଇରସ ଯୋଗୁଁ ବଢୁଥିବା ମୃତ୍ୟୁହାରକୁ ଦେଖି ଇଟାଲୀରେ ନିୟମ କଡାକଡି କରାଯାଇଛି । ଏହି ନିୟମ ଅନୁଯାୟୀ ଘର ଆଗରେ କୌଣସି ପ୍ରକାର ଫିଜିକାଲ ଆକ୍ଟିଭିଟି ଯେପରିକି ଖେଳ ଇତ୍ୟାଦି ଉପରେ ପ୍ରତିବନ୍ଧ ଲଗାଯାଇଛି । ଭେଣ୍ଡିଙ୍ଗ ମେସିନ ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧ ଲଗାଯାଇଛି ।

କରୋନା ଭାଇରସ କାରଣରୁ ଇଟାଲୀର ଲୋମ୍ବାର୍ଡି ସହର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ୪୮୨୫ରୁ ପ୍ରାୟ ୩୦୦୦ ଲୋକ କେବଳ ଏହିଠାରେ ହିଁ ପ୍ରାଣ ହରାଇଛନ୍ତି । ତେବେ ଏହି ଭାଇରସ ଇଟାଲୀରେ ଏବେ ତାଣ୍ଡବଲୀଳା କରୁଛି । ସୂଚନା ଅନୁଯାୟୀ ଗତକାଲି ଇଟାଲୀରେ ଏହି ଭାଇରସ କାରଣରୁ ୭୯୩ ଜଣ ପ୍ରାଣ ହରାଇଛନ୍ତି ଯାହାଦ୍ୱାରା ମୃତ୍ୟୁ ସଂଖ୍ୟା ୪୮୨୫ ଛୁଇଁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.