ବୁହାନରେ ଏହି କାରଣରୁ ଥମିଗଲା କରୋନା, ଚୀନରୁ ଫେରିଥିବା ବାୟୋଲୋଜିଷ୍ଟ କଲେ ଖୁଲାସା

ଭାରତରେ କରୋନା ଭାଇରସକୁ ନେଇ ଅନେକ ପ୍ରକର ଗୁଜବ ଶୁଣିବାକୁ ମିଳୁଛି । ତେବେ ଏହି ସମୟରେ ନିୟନ୍ତ୍ରଣ ଆଣିବା ମଧ୍ୟ ନିହାତି ଜରୁରୀ । ଚୀନର ବୁହାନରେ ଲୋକମାନେ ସରକାରଙ୍କ ସମସ୍ତ ନିୟମ ପାଳନ କରିଥିଲେ ଯେଉଁ କାରଣରୁ ସେଠାରେ କରୋନା ଉପରେ ନିୟନ୍ତ୍ରଣ ଆଣାଯାଇପାରିଲା । କାରଣ ସେଠାକାର ସରକାର ଏହି ଗୁଜବ ଉପରେ ନିୟନ୍ତ୍ରଣ ଆଣିବା ପାଇଁ କଡା ପଦକ୍ଷେପ ନେଇଥିଲେ । ତେବେ ଯଦି ବର୍ତ୍ତମାନ ଏହା ଉପରେ ନିୟନ୍ତ୍ରଣ ନ ଅଣାଯାଏ ତାହେଲେ ତୃତୀୟ କିମ୍ବା ଚତୁର୍ଥ ଷ୍ଟେଜରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ, ଏହା କହିଛନ୍ତି ଚୀନର ବୁହାନ ସହରରୁ ଆସିଥିବା ମାଇକ୍ରୋ ବାୟୋଲୋଜିଷ୍ଟ ଡାକ୍ତର ସୋମରାଜ ।

ସୂଚନା ଅନୁଯାୟୀ ଜାନୁଆରୀ ୨୦ ତାରିଖରେ ଚୀନର ବୁହାନ ସହରରେ କରୋନା ସମ୍ପୂର୍ଣ୍ଣ ଭାବେ ଆଉଟବ୍ରେକ ହୋଇଥିଲା । ଏହାର ତିନିଦିନ ପରେ ଚୀନ ସରକାର ଜାନୁଆରୀ ୨୩ ତାରିଖରେ ସମସ୍ତ ସହରକୁ ଲକଡାଉନ କରିଦେଇଥିଲେ । ଏହାପରେ ମାର୍ଚ୍ଚ ୧୪ ତାରିଖରେ ବୁହାନ ବ୍ୟତୀତ ସମସ୍ତ ସହରକୁ ସମ୍ପୂର୍ଣ୍ଣ ଭାବେ ଖୋଲି ଦେଇଥିଲେ ।

ଏପ୍ରିଲ ପହିଲାରୁ ସମସ୍ତ ସହର ଖୋଲାଯିବ ବୋଲି ସୂଚନା ମିଳିଛି । ତେବେ ଡାକ୍ତର ସୋମରାଜ ଗତ ୭ ବର୍ଷ ଧରି ଚୀନର ବୁହାନ ସହରରେ ମାଇକ୍ରୋ ବାୟୋଲୋଜିଷ୍ଟ ଭାବେ କାମ କରୁଥିଲେ । ଏହା ପୂର୍ବରୁ ସେ ଭାରତରେ ରହି କାମ କରୁଥିଲେ । ତେବେ ସେ ଫେବୃୟାରୀ ୨୭ ତାରିଖରେ ବୁହାନରୁ ଭାରତ ଆସିଥିଲେ ତାଙ୍କ ସହିତ ୧୧୨ ଜଣ ଲୋକ ମଧ୍ୟ ଆସିଥିଲେ ଯେଉଁମାନଙ୍କ ମଧ୍ୟରେ କୌଣସି ବି ଲୋକ କରୋନା ପଜିଟିଭ ନଥିଲେ ।

ଚୀନରୁ ଫେରିବା ପରେ ୧୪ଦିନ ପର୍ଯ୍ୟନ୍ତ ସେ ଆଇସୋଲେସନରେ ରହିଥିଲେ । ଆଉ ତାପରେ ସେ ନିଜ ପରିବାର ସହିତ ମିଶିପାରିଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ ବୁହାନ ସହର ଖୋଲିବା ପରେ ସେ ପୁଣିଥରେ ନିଜ କାର୍ଯ୍ୟରେ ଯୋଗଦେବେ । ସେ research and development of the new vaccineରେ କାମ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.