ମାଲକାନଗିରି ବିଧାୟକ ଆଦିତ୍ୟ ମାଢି କରୋନା ପଜିଟିଭ

କେନ୍ୟୁଜ୍(ବ୍ୟୁରୋ): ମାଲକାନଗିରି ବିଧାୟକ ଆଦିତ୍ୟ ମାଢି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଲକ୍ଷଣ ଦେଖାଦେବାରୁ ଶ୍ରୀ ମାଢି ରାପିଡ ଆଣ୍ଟିଜେନ ଟେଷ୍ଟ କରାଇଥିଲେ ଯାହାର ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ଆରଟିପିସିଆର ଟେଷ୍ଟ ପାଇଁ ନମୁନା ଭୁବନେଶ୍ୱର ପଠାଯାଇଥିଲା ଯାହାର ରିପୋର୍ଟ ପଜିଟିଭ ଆସିଛି।

ବିଧାୟକ ଶ୍ରୀ ମାଢିଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୪ଜଣ ବିଜେପି ନେତା ଓ କର୍ମୀ କୋଭିଡ ଟେଷ୍ଟ ନିମନ୍ତେ ନମୁନା ପ୍ରଦାନ କରିଛନ୍ତି। କୋଭିଡ ସମୟରେ ଗରିବ ଅସହାୟ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ମାସ୍କ ଠାରୁ ଆରମ୍ଭ କରି ଶୁଖିଲା ଖାଦ୍ୟ ବାଣ୍ଟି ସହଯୋଗର ହାତ ବଢ଼ାଇ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.