ଫିଟ ରହିବା ପାଇଁ ଗ୍ରୀନ-ଟି ପିଉଛନ୍ତିକି, ତେବେ ଧ୍ୟାନରେ ରଖନ୍ତୁ ଏହି ସବୁ ଟିପ୍ସ

ଆଜିର ଆଧୁନିକ ସମୟରେ ଅଧିକାଂଶ ଲୋକ ନିଜକୁ ଫିଟ ରଖିବା ପାଇଁ ନିୟମିତ ଗ୍ରୀନ ଟି ପିଉଛନ୍ତି । ଶରୀର ପାଇଁ ଏହା ଶତପ୍ରତିଶତ ଲାଭଦାୟୀ ବୋଲି ଭାବି ଦିନ କୁ ଦୁଇ ରୁ ତିନି ଥର ପିଇଥାନ୍ତି । ଦେହ ପାଇଁ ତ ଏହା ଖୁବ ଲଭଦାୟୀ ସତ କିନ୍ତୁ ଜାଣନ୍ତି କି ଏହା ସେବନର ପ୍ରକୃତ ସମୟ ବା ପ୍ରକୃତ ଶୈଳୀ ବାବଦରେ ନଜାଣି ଏହାର ସେବନ କଲେ ଶରୀର ଉପରେ ଏହା କୁପ୍ରଭାବ ପକାଇପାରେ । ତେବେ ଆସନ୍ତୁ ଏହା ଗ୍ରହଣର ପ୍ରକୃତ ଶୈଳୀ ବିଷୟରେ ଆଜି ଜାଣି ରଖିବା ।

– ଖାଦ୍ୟ ଗ୍ରହଣର ଠିକ ପରେ ଗ୍ରୀନ ଟି ଜମା ବି ପିଅନ୍ତୁ ନାହିଁ । ଏମିତି କରିବା ଦ୍ୱାରା ଆପଣ ନିଜ ଖାଦ୍ୟରେ ଯେତିକି ପରିମାଣର କ୍ୟାଲୋରୀ ଗ୍ରହଣ କରିଥିବେ ତାହା ନଷ୍ଟ ହୋଇଯିବ । ଖାଦ୍ୟ ଖାଇବା ପରେ ଏଥିରେ ଥିବା ପ୍ରୋଟିନ ଶରୀରରେ ନିଜ କାର୍ଯ୍ୟ ଆରମ୍ଭ କରିଥାଏ | କିନ୍ତୁ ଗ୍ରୀନ-ଟି ପିଇବା ଦ୍ୱାରା ଏହି ପ୍ରକ୍ରିୟାରେ ବାଧା ସୃଷ୍ଟି ହୁଏ ।

green tea

– ଅତି ଗରମ ଅବସ୍ଥାରେ ଥିବା ସମୟରେ ଗ୍ରୀନ-ଟି ପିଅନ୍ତୁ ନାହିଁ । ଅତି ଗରମ ଅବସ୍ଥାରେ ଏହାର ସେବନ ପାକସ୍ଥଳୀ ଓ ଜିଭକୁ ଜାଳି ଦେଇପାରେ ।

– ଅଧିକାଂଶ ଲୋକ ସକାଳୁ ଉଠି ଖାଲି ପେଟରେ ଗ୍ରୀନ-ଟି ପିଇଥାନ୍ତି । କିନ୍ତୁ ଏମିତି କରିବା ଭୁଲ । ଯଦି ବା ଗ୍ରୀନ ଟି ଶରୀରରୁ ବିଷାକ୍ତ ପଦାର୍ଥ ନିର୍ଗତ କରି ରିଚାର୍ଜ କରିଥାଏ କିନ୍ତୁ ଖାଲି ପେଟରେ ଜମା ବି ପିଇବା ଉଚିତ ନୁହେଁ ।

– ଗରମ ଗ୍ରୀନ ଟିରେ ମହୁ ମିଶାଇଲେ ଏହା ବିଷାକ୍ତ ପାଲଟି ଯାଏ । ଅତି ଗରମ ଥିବା ବେଳେ ଏହି ଚାହାରେ ମହୁ ମିଶାଇ ପିଅନ୍ତୁ ନାହିଁ ।

– ଗ୍ରୀନ ଟି ସହିତ ମେଡ଼ିସିନ ଗ୍ରହଣ କରିବା ଆଦୌ ଉଚିତ ନୁହେଁ । ଦିନରେ ଦୁଇରୁ ଅଧିକ ଥର ଏହା ସେବନ କରନ୍ତୁ ନାହିଁ ।

– ଗରମ ପାଣିରେ ଅଧିକ ସମୟ ଗ୍ରୀନ ଟି ବ୍ୟାଗ ବୁଡାଇ ରଖନ୍ତୁ ନାହିଁ କିମ୍ବା ଅଧିକ ସମୟ ଧରି ଫୁଟାନ୍ତୁ ନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.