ନାବାଳିକାକୁ ଅପହରଣ କରି ତାସହିତ ଘୃଣ୍ୟ କର୍ମ କଲା ବିବାହିତ ଯୁବକ

ପ୍ରଥମେ ଦେଖି ନିଅନ୍ତୁ ଆଉ ଚି଼ହ୍ନଟ କରି ରଖନ୍ତୁ ଏହି ନଣ୍ଡା ମୁଣ୍ଡିଆ ବ୍ୟକ୍ତିଙ୍କୁ । ଯିଏ ନିଜର ବୟସ କହିଛି ୩୨ବର୍ଷ ,ହୁଏତ ବୟସ ଯାହାବି କୁହନ୍ତୁ କିନ୍ତୁ ଅନ୍ୟ ପରିପ୍ରେକ୍ଷୀରେ ସେ ଜଣେ ବିବାହିତ । କିନ୍ତୁ ସେ ଏମିତି ଜଘନ୍ୟ କାଣ୍ଡ କରିଛି ଆପଣମାନେ ଶୁଣିଲେ ଏ ଲୋକଟି ମୁହଁରେ ଛେପ ପକାଇବାକୁ ଇଚ୍ଛା ହେବ ।

ଭୁବନେଶ୍ୱର (କେନ୍ୟୁଜ): ଆଜିର ଦୁନିଆରେ ସମାଜ ଭିତରେ ରହୁଥିବା ମଣିଷ ମାନଙ୍କ ଭିତରୁ କିଛି ଏମିତି ପୁରୁଷ ଅଛନ୍ତି ସେମାନଙ୍କ ଗୁଣ ଗାରିମା କଥା ନକହିବା ଭଲ । କିନ୍ତୁ ଏମାନଙ୍କ କଥା ସହିତ ଏମାନେ ସମସ୍ତଙ୍କ ସାମ୍ନାକୁ ଆସିବା ନିହାତୀ ଦରକାର । ଯାହାଫଳରେ ସମାଜରେ ଭିତରେ ଆପଣ ମାନେ ଯେତେବେଳେ ଏମିତି ଲୋକଙ୍କ ସହିତ ମିଶିବା ବେଳେ ସତର୍କ ରହିବେ । ନଚେତ ଆପଣଙ୍କ ଘର ସହିତ ବି ଏଭଳି ଭଦ୍ର ମୁଖା ଧରି ଘଟାଇ ପାରନ୍ତି ଅଘଟଣ ।

ପ୍ରଥମେ ଦେଖି ନିଅନ୍ତୁ ଆଉ ଚି଼ହ୍ନଟ କରି ରଖନ୍ତୁ ଏହି ନଣ୍ଡା ମୁଣ୍ଡିଆ ବ୍ୟକ୍ତିଙ୍କୁ । ଯିଏ ନିଜର ବୟସ କହିଛି ୩୨ବର୍ଷ ,ହୁଏତ ବୟସ ଯାହାବି କୁହନ୍ତୁ କିନ୍ତୁ ଅନ୍ୟ ପରିପ୍ରେକ୍ଷୀରେ ସେ ଜଣେ ବିବାହିତ । କିନ୍ତୁ ସେ ଏମିତି ଜଘନ୍ୟ କାଣ୍ଡ କରିଛି ଆପଣମାନେ ଶୁଣିଲେ ଏ ଲୋକଟି ମୁହଁରେ ଛେପ ପକାଇବାକୁ ଇଚ୍ଛା ହେବ ।

ଏ ବ୍ୟକ୍ତି ଜଣଙ୍କ ନାମ ହେଉଛି କୃଷ୍ଣ ଚନ୍ଦ୍ର ନନ୍ଦ । ଘର ସମ୍ବଲପୁର ଜିଲ୍ଲାର ରେଙ୍ଗାଳି ଅଞ୍ଚଳରେ । କୃଷ୍ଣ ଚନ୍ଦ୍ର ନନ୍ଦ ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ ରୁହନ୍ତି । କିଛି ଦିନ ତଳେ ୧୩ ବର୍ଷ ବୟସର ଗୋଟିଏ ନାବାଳିକାକୁ ନେଇ ଫେରାର ହୋଇ ଯାଇଥିଲା । ପୋଲିସ କିଛି ଦିନ ଖୋଜାଖୋଜି କଲା ଆଉ ଗତ ଦୁଇ ଦିନ ତଳେ ନୟାପଲ୍ଲୀ ଥାନା ପୋଲିସ୍ ଦ୍ଵାରା ଗିରଫ ହୋଇଥିଲା କୃଷ୍ଣ ଚନ୍ଦ୍ର ନନ୍ଦ ।

ଉକ୍ତ ନାବାଳିକାକୁ ନେଇ ତାସହ ଦୁଷ୍କର୍ମ କରିଥିବା ଝିଅର ପରିବାର ଲୋକ ଅଭିଯୋଗ କରିଥିଲେ । ତେବେ ଡାକ୍ତରୀ ମାଇନା ପରେ ଜଣାପଡିଥିଲା କୃଷ୍ଣ ଚନ୍ଦ୍ର ନାବାଳିକା ସହିତ କରିଥିବା ଘୃଣ୍ୟ କର୍ମ ବିଷୟରେ । କୃଷ୍ଣ ଚନ୍ଦ୍ର ଅପହରଣ କରିଥିବା ନାବାଳିକାର ଘର ଲୋକଙ୍କ ସହିତ ପ୍ରଥମେ ସମ୍ପର୍କ ସ୍ଥାପନ କଲା କୃଷ୍ଣ ଚନ୍ଦ୍ର । ଏହାପରେ ଘର ଲୋକଙ୍କ ଆସ୍ଥା ଭାଜନ ହେଲା ।

ତାପରେ ଝିଅକୁ ବୁଲାଇ ନେଉଛି କହି ଅପହରଣ କରିନେଲା । ତାପରେ ଦୁଷ୍କର୍ମ ଘଟାଇଥିଲା । ତେବେ ଏସବୁ ଭିତରେ କୃଷ୍ଣ ଚନ୍ଦ୍ରର ଏଭଳି ଘୃଣ୍ୟ କର୍ମକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠନ ଦାବି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.