ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଘରୁ ଅପହରଣ ଅଭିଯୋଗ, ଯୁବକକୁ ବାନ୍ଧିଲା ମୋହନା ପୋଲିସ୍

ମୋହନା: ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ । ଗଜପତି ମୋହନା ଥାନା କିଡାସିଂ ଗ୍ରାମର ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ଅଭିଯୁକ୍ତ ଯୁବକ ଗିରଫ । ଚନ୍ଦ୍ରଗିରି ନଡ଼ିଆ ସାହିର ଡମ୍ବୁରୁ ପାଇକକୁ ବାନ୍ଧିଛି ପୋଲିସ । ଗତ ୧୦ ତାରିଖରେ ଡମ୍ବୁରୁ ନାବାଳିକା ଛାତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଘରୁ ଅପହରଣ କରିନେଇଥିଲା।

ଏନେଇ ନାବାଳିକାର ଅଜା ମୋହନା ଚାଇଲଡ୍‌ ଲାଇନରେ ଅଭିଯୋଗ କରିଥିଲେ । ଚାଇଲଡ୍‌ ଲାଇନ ନାବାଳିକାଙ୍କ ସହ ଯୁବକ ଜଣକୁ ଚନ୍ଦ୍ରଗିରି ବଜ଼ାରରୁ ଉଦ୍ଧାର କରି ମୋହନା ଥାନାକୁ ଆଣିଥିଲା । ମୋହନା ପୋଲିସ ଏକ ମାମଲା ରୁଜୁକରି ନାବାଳିକାର ଡାକ୍ତରୀ ମଇନା କରିବା ସହ ଯୁବକ ଜଣକୁ ଗିରଫ କରିଛି l ମୋହନା ଚାଇଲଡ୍‌ ଲାଇନ ହେପାଜତରେ ଥିବା ନାବାଳିକା ପରବର୍ତ୍ତୀ ସମୟରେ ଜିଲ୍ଲା ଶିଶୁମଙ୍ଗଳ ସମିତିକୁ ହସ୍ତାନ୍ତର କରାଯିବ ବୋଲି ଚାଇଲଡ୍‌ ଲାଇନ ପକ୍ଷରୁ ସୂଚନା ମିଳିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.