ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ: ଜଣେ ଗୁରୁତର, ଆକ୍ରମଣକାରୀ ଅଟକ

ବ୍ରହ୍ମଣୀପାଲି ଗ୍ରାମର ଶନି ଶବର ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କ ଉପରେ ପ୍ରେମ ସମ୍ପର୍କ ଥିବା ସନ୍ଦେହରେ କିଛି ଦିନ ପୂର୍ବରୁ ହରି କଂସରିଆ ଓ ଶନି ଶବରଙ୍କ ବଚସା ହୋଇଥିଲା। ଏହି ଘଟଣାକୁ ନେଇ ଶୁକ୍ରବାର ସକାଳେ ହରି କଂସରିଆ ଚାଲି ଚାଲି ଶନି ଶବରଙ୍କ ଘର ବାଟ ଦେଇ ଯାଉଥିବା ବେଳେ ଏକ ଟାଙ୍ଗିଆ ଧରି ଶନି ଶବର ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ।

ରେଢାଖୋଲ(କେନ୍ୟୁଜ୍): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଲି ଗ୍ରାମରେ ଶୁକ୍ରବାର ସକାଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିବାରୁ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଜଣଙ୍କ ହେଲେ କିସିଣ୍ଡା ଥାନା ଅନ୍ତର୍ଗତ ପାଣିଗ୍ରାହୀପାଲି ଗ୍ରାମର ହରି କଂସରିଆ। ଏପରି ଅଘଟଣ ଘଟଣାକୁ ନେଇ କିସିଣ୍ଡା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ ପାଣିଗ୍ରାହୀପାଲି ଗ୍ରାମର ହରି କଂସରିଆ ଗତ କିଛି ହେଲା ବ୍ରାହ୍ମଣୀପାଲି ଗ୍ରାମରେ ଇଟା ଗଢିବା କାମ କରୁଥିଲେ। କିଛି ଦିନ ପୂର୍ବରୁ ସେହି ବ୍ରହ୍ମଣୀପାଲି ଗ୍ରାମର ଶନି ଶବର ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କ ଉପରେ ପ୍ରେମ ସମ୍ପର୍କ ଥିବା ସନ୍ଦେହରେ କିଛି ଦିନ ପୂର୍ବରୁ ହରି କଂସରିଆ ଓ ଶନି ଶବରଙ୍କ ବଚସା ହୋଇଥିଲା। ଏହି ଘଟଣାକୁ ନେଇ ଶୁକ୍ରବାର ସକାଳେ ହରି କଂସରିଆ ଚାଲି ଚାଲି ଶନି ଶବରଙ୍କ ଘର ବାଟ ଦେଇ ଯାଉଥିବା ବେଳେ ଏକ ଟାଙ୍ଗିଆ ଧରି ଶନି ଶବର ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଆକ୍ରମଣରେ ହରି କଂସରିଆଙ୍କ ଅନ୍ତବୁଜୁଳା ବାହାରି ପଡି ଥିଲା। ଗୁରୁତର ଅବସ୍ଥାରେ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣାର ଖବର ପାଇ କିସିଣ୍ଡା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଆକ୍ରମଣକାରୀ ଯୁବକକୁ ଥାନାରେ ଅଟକ ରଖଛି। ଏପରିକି ଘଟଣାର ପୋଲିସ ଅଧିକ ତଦନ୍ତ କରୁଛି ବୋଲି ପ୍ରକାଶ କରିଛି। ଏ ସଂକ୍ରାନ୍ତରେ ରେଢାଖୋଲ ଏସଡିପିଓ ପ୍ରଶାନ୍ତ କୁମାର ମେହେରଙ୍କୁ ଯୋଗାଯୋଗ କରିବାରେ ଏହି ଘଟଣାରେ ଆକ୍ରମଣକାରୀଙ୍କୁ ଅଟକ ରଖି ତଦନ୍ତ କରାଯାଉଛି ବୋଲି ସୂଚନା ଦେଇଛନ୍ତି। ଆହତ ଜଣକ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.