Below header

ପୋଲିସର ଦବଙ୍ଗଗିରି: ଯୁବକଙ୍କୁ ବିଚ୍ ରାସ୍ତାରେ ନିସ୍ତୁକ ମାଡ଼, ଭାଇରାଲ୍ ହେଉଛି ଭିଡିଓ

ପୁରୀ ଜ଼ିଲ୍ଲା ପିପିଲି ପୋଲିସର ଦବଙ୍ଗଗିରି ଏବେ ପଦାରେ ପଡିଛି । ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଏବେ ମୋବାଇଲ ରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି ।

ପିପିଲି (କେନ୍ୟୁଜ):  ପୋଲିସର ଦବଙ୍ଗଗିରି । ପୁରୀ ଜ଼ିଲ୍ଲା ପିପିଲି ପୋଲିସର ଦବଙ୍ଗଗିରି ଏବେ ପଦାରେ ପଡିଛି । ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଏବେ ମୋବାଇଲ ରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ପୋଲିସ ବାବୁ ଯୁବକଙ୍କୁ ପିଟୁଥିବା ବେଳେ ଅନ୍ୟ ଦୁଇ ଜଣ ମାଡ ଖାଉଥିବା ଯୁବକଙ୍କର ଦୁଇ ହାତକୁ ଧରିଥିବାର ଦେଖିବାକୁ ମିଳିଛି ।

ଯୁବକ ଜଣକୁ ପୋଲିସ ବାବୁ ବାଡ଼ିରେ ପ୍ରଥମେ ଗୋଡ଼ କୁ ମାଡ଼ ମାରୁଛନ୍ତି ଓ ପରେ ହାତକୁ ମାଡ଼ ମାରୁଛନ୍ତି । କାଳେ ଯୁବକ ଦୌଡି ଖସି ପଳାଇବ ସେଥିପାଇଁ ଅନ୍ୟ ଦୁଇ ଜଣ ପୋଲିସ କର୍ମଚାରୀ ଦୁଇ ହାତ କୁ ଧରି ରଖିଛନ୍ତି । ମାଡ଼ ଏତେ ଭୟଙ୍କର ଥିଲା ଯେ ଯୁବକ ଜଣଙ୍କ ସେଠାରେ ପରିସ୍ରା ମଧ୍ୟ କରିଦେଉଥିବାର ଦେଖିବାକୁ ମିଳୁଛି ।

ତେବେ ଏଭଳି ଅଭାନୀୟ ଘଟଣା ଦେଖି ସେହି ବାଟ ଦେଇ ଯାଉଥିବା ବାଇକ ଆରୋହି ଗାଡ଼ି ରୁ ଓହ୍ଲାଇ ପୋଲିସ ବାବୁଙ୍କୁ ମାଡ଼ ମାରିବାକୁ ବିରତ ହେବା ପାଇଁ ବୋଧ ହୁଏ ଅନୁରୋଧ କରିବାକୁ ଭାବୁଥିଲେ, ଯାହା ଭିଜୁଆଲରୁ ଅନୁମାନ କରାଯାଉଛି , କିନ୍ତୁ ପୋଲିସ ବାବୁଙ୍କ ଲାଲି ଆଖିକୁ ଦେଖି ସେଠାରୁ ସେହି ବାଇକ ଆରୋହି ପଳାଇ ଥିବାର ଦେଖିବାକୁ ମିଳୁଛି ।

ତେବେ ପୋଲିସ ବାବୁଙ୍କ ମାଡ଼ ମାରୁଥିବାର ଅନେକ ଦେଖୁଥାନ୍ତି କିନ୍ତୁ ସେଠାରୁ ଚାଲିଯାଉଥାନ୍ତି । ଏଭଳି ନୃଶଂସ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ପୋଲିସ ବିଭାଗ ଉପରେ ଆଙ୍ଗୁଳି ଉଠିଥିବା ବେଳେ ପିପିଲି ପୋଲିସ ର ଏଭଳି ଦବଙ୍ଗିଗିରିକୁ ନେଇ ପିପିଲିରେ ଏବେ ଚର୍ଚ୍ଚା ଜୋର ଧରିଛି ।

ଭାଇରଲ ହେଉଥିବା ଭିଜୁଆଲ ଗତକାଲି ରାତି ପ୍ରାୟ ୧୦ଟା ସମୟ ବୋଲି କୁହାଯାଉଛି । ମାଡ଼ ଖାଇଥିବା ଯୁବକ ଜଣକ ପିପିଲି ହସନପୁର ଗାଁର ନୃସିଂହ ପ୍ରଧାନ।ପିପିଲି ପୋଲିସ ର ଏଭଳି ଦବଙ୍ଗଗିରି କୁ ସମସ୍ତେ ନା ପସନ୍ଦ କରିଛନ୍ତି । ତେବେ କଣ ପାଇଁ ପୋଲିସ ଯୁବକ ଜଣଙ୍କୁ ଏପରି ନିସ୍ତୁକ ମାଡ଼ ମରୁଛନ୍ତି ସେନେଇ କାରଣ ଜଣାପଡ଼ିନି। ଅନ୍ୟପଟେ ପୋଲିସ ବାବୁଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.