ଇଣ୍ଡିଆନ କୋଷ୍ଟ ଗାର୍ଡରେ ଭର୍ତ୍ତି ସୁଯୋଗ, ଜାଣନ୍ତୁ କେବେଠୁ ହେବ ଆବେଦନ

ଇଣ୍ଡିଆନ କୋଷ୍ଟ ଗାର୍ଡରେ ଚାକିରି ସୁଯୋଗ । ଇଚ୍ଛୁକ ଥିବା ପ୍ରାର୍ଥୀ ଇଣ୍ଡିଆନ କୋଷ୍ଟ ଗାର୍ଡର ଅଫିସିଆଲ ସାଇଟ joinindiancoastguard.adac.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୭ ଫେବୃଆରୀ ୨୦୨୪ ରହିଛି ।

ଇଣ୍ଡିଆନ କୋଷ୍ଟ ଗାର୍ଡରେ ଚାକିରି ସୁଯୋଗ । ଏଠାରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଭର୍ତ୍ତି ଅନୁସାରେ କୋଷ୍ଟ ଗାର୍ଡରେ ନାଭିକ ଜିଡି ଏବଂ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀରେ ଭର୍ତ୍ତି ହେବ । ଏହି ଭର୍ତ୍ତି ପାଇଁ ଅଭିଯାନ ଖୁବଶୀଘ୍ର ଆରମ୍ଭ ହେବ । ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଇଣ୍ଡିଆନ କୋଷ୍ଟ ଗାର୍ଡର ଅଫିସିଆଲ ସାଇଟ joinindiancoastguard.adac.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୭ ଫେବୃଆରୀ ୨୦୨୪ ରହିଛି ।

ପଦବୀ ବିବରଣୀ : ୨୬୦

ସାମାନ୍ୟ ବର୍ଗ : ୧୦୪
EWS : ୨୭
ଓବିସି : ୫୨
ଅନୁସୂଚିତ ଜାତି: ୩୫
ଅନୁସୂଚିତ ଜନଜାତି : ୪୨

ଜରୁରୀ ତାରିଖ : ଆବେଦନ କରିବା ପାଇଁ ତାରିଖ ୧୩ ଫେବୃଆରୀରୁ ଆରମ୍ଭ ହୋଇ ଶେଷ ୨୭ ଫେବୃଆରୀ ପର୍ଯ୍ୟନ୍ତ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଏହି ଭର୍ତ୍ତି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବୋର୍ଡରରୁ ଫିଜିକ୍ସ/ଗଣିତ ସହିତ ଯୁକ୍ତ ୨ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୨ ବର୍ଷ ମଧ୍ୟରେ ହେବ । ଅନୁସୂଚିତ ଜାତି/ଜନଜାତି/ଓବିସି ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ୍‌ ମିଳିବ ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ସାମାନ୍ୟ/ଓବିସି/EWS ପ୍ରାର୍ଥୀ ୩୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀଙ୍କୁ ଛାଡ୍‌ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.