କ୍ରିକେଟ ମ୍ୟାଚରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଲେ ଡ୍ୟାନ୍ସିଂ ଅମ୍ପାୟାର, ଜମିଲା ଶହ ଶହ ଲୋକଙ୍କ ଭିଡ଼

ମ୍ୟାଚ ର ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ଡ୍ୟାନ୍ସିଂ ଅମ୍ପାୟାର। ଖେଳ ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ଅମ୍ପାୟାର ଜଣଙ୍କ ଛକା, ଚଉକା ଏବଂ ଆଉଟ ହେବାର ସୂଚନାକୁ ସଙ୍ଗୀତର ତାଳେ ତାଳେ ଡ୍ୟାନ୍ସ କରି ଭିନ୍ନ ଅନ୍ଦାଜରେ ଜଣାଉଥିଲେ ।

କ୍ରିକେଟ ଖେଳ ଏବେ ଯୁବବର୍ଗ ମାନଙ୍କର ସବୁଠାରୁ ଅଧିକ ପସନ୍ଦର ଖେଳ ସାଜିଛି । ଭାରତ ବର୍ଷରେ ସର୍ବାଧିକ ଲୋକପ୍ରିୟ ଖେଳ ଭାବରେ କ୍ରିକେଟକୁ ଲୋକମାନେ ଅଧିକ ପସନ୍ଦ କରନ୍ତି । ସେଥିପାଇଁ ରାଜ୍ୟର କୋଣ ଅନୁକୋଣରେ କ୍ରିକେଟ ଖେଳ ହେଉଥିବା ଦେଖିବାକୁ ମିଳିଥାଏ । ସମାନ ଭାବେ ଅସ୍ତରଙ୍ଗ ଅଞ୍ଚଳରେ ରାଜ୍ୟସ୍ତରୀୟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଛି । ଶାରଳା ସ୍ପୋଟିଙ୍ଗ କ୍ଲବ ତରଫରୁ ଏହି ମ୍ୟାଚ୍‌ କରାଯାଏ । ଚଳିତ ବର୍ଷ କୁ ମିଶାଇଲେ ୩୫ ବର୍ଷ ହେବ ଏହି ମ୍ୟାଚକୁ ଶାରଳା କପ କ୍ରିକେଟ ମ୍ୟାଚ ଆୟୋଜନ କରି ଆସୁଛି । ଏହି କ୍ରିକେଟ ମ୍ୟାଚ ଅସ୍ତରଙ୍ଗର ନରେନ୍ଦ୍ର ଷ୍ଟାଡିୟମ ଠାରେ ଖେଳା ଯାଇଥାଏ । ଚଳିତ ବର୍ଷ ମଧ୍ୟ ଏଠାରେ ମ୍ୟାଚ୍‌ ଖେଳାଯାଇଥିଲା । କିନ୍ତୁ ଏହି ମ୍ୟାଚ ର ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ଡ୍ୟାନ୍ସିଂ ଅମ୍ପାୟାର। ଖେଳ ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ଅମ୍ପାୟାର ଜଣଙ୍କ ଛକା, ଚଉକା ଏବଂ ଆଉଟ ହେବାର ସୂଚନାକୁ ସଙ୍ଗୀତର ତାଳେ ତାଳେ ଡ୍ୟାନ୍ସ କରି ଭିନ୍ନ ଅନ୍ଦାଜରେ ଜଣାଉଥିଲେ । ଅମ୍ପାୟାରଙ୍କ ଡ୍ୟାନ୍ସ ଦେଖି ଦର୍ଶକମାନେ ଭରପୁର ମଜା ଉଠାଇଥିଲେ । ଖେଳ ଦେଖିବା ସହିତ ଅମ୍ପାୟାରଙ୍କ ଡ୍ୟାନ୍ସିଂ ଅନ୍ଦାଜ ଦର୍ଶକ ମାନଙ୍କୁ ଆକର୍ଷିତ କରିଥିଲା ।

ତେବେ ଏହି ଡ୍ୟାନ୍ସିଂ ଅମ୍ପାୟାର ହେଉଛନ୍ତି ବବୁଲ ସାହୁ । ବୟସ ମାତ୍ର ୨୨ ବର୍ଷ । ଢେଙ୍କାନାଳ ଅଞ୍ଚଳରେ ତାଙ୍କର ଘର । ସେ ୧୯ ବର୍ଷ ବୟସରୁ ଏଭଳି ଭାବେ ଅମ୍ପାୟାରିଂ କରୁଛନ୍ତି । ବବୁଲଙ୍କ ଏହି ଫନି ଅନ୍ଦାଜ ପାଇଁ ସେ ଓଡ଼ିଶା ତଥା ଝାଡ଼ଖଣ୍ଡ ,କୋଲକତା ,ଛତିଶଗଡ଼ ,କର୍ଣ୍ଣାଟକ ଭଳି ରାଜ୍ୟରେ ଅମ୍ପାୟାରିଂ କରିବା ପାଇଁ ଯାଇଛନ୍ତି । ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ସେ ଏଭଳି ଭାବେ ଅମ୍ପାୟାରିଂ କରି ସମସ୍ତଙ୍କ ମନ ଜିତିଥାନ୍ତି । ରାଜ୍ୟ ତଥା ରାଜ୍ୟ ବାହାରେ ହେଉଥିବା ବଡ ବଡ କ୍ରିକେଟ ମ୍ୟାଚରେ ବବୁଲଙ୍କୁ ଅମ୍ପାୟାରିଂ କରିବା ପାଇଁ ଡକରା ଆସିଥାଏ ।

କ୍ରିକେଟ ଖେଳର ବିଭିନ୍ନ ସଙ୍କେତକୁ ଡ୍ୟାନ୍ସ ମାଧ୍ୟମରେ ପଡିଆ ସାରା ବୁଲି ବୁଲି ବିଭିନ୍ନ ଅଙ୍ଗ ଭଙ୍ଗୀରେ ସୂଚନା ଦେଇଥାନ୍ତି ବବୁଲ । କେତେବେଳେ ନାଚୁଥାନ୍ତି ତ ଆଉ କେତେବେଳେ ପଡିଆ ମଧ୍ୟରେ ଓଲଟା ଶୂନ୍ୟ ମାରି ଦର୍ଶକ ମାନଙ୍କୁ ମନୋରଂଜନ ର ଖୋରାକ ଯୋଗାନ୍ତି । ଦର୍ଶକଙ୍କ ଭଲପାଇବା ସାଙ୍ଗକୁ ରାଜ୍ୟ ତଥା ରାଜ୍ୟ ବାହାରୁ କ୍ରିକେଟ ମ୍ୟାଚରେ ଅମ୍ପାୟାରିଂ କରିବା ପାଇଁ ବବୁଲଙ୍କୁ ଡକରା ଆସୁଛି । ତେଣୁ ବବୁଲ ଏହି ଅମ୍ପାୟାରିଂ କୁ କ୍ୟାରିଅର ଭାବେ ଗ୍ରହଣ କରିବାକୁ ଏବେ ମନସ୍ତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.