Below header

ଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡ଼ି ବସିଛନ୍ତି ଛାତ୍ର ଛାତ୍ରୀ

ମାଲକାନଗିରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଶିକ୍ଷକ ନାଁରେ ସଙ୍ଗୀନ ଅଭିଯୋଗ । ଶିକ୍ଷକ ବିଭୁତି ଭୂଷଣ ପଣ୍ଡାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି ସେହି ବିଦ୍ୟାଳୟର ଜଣେ ଛାତ୍ରୀ ।

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଶିକ୍ଷକ ନାଁରେ ସଙ୍ଗୀନ ଅଭିଯୋଗ । ଶିକ୍ଷକ ବିଭୁତି ଭୂଷଣ ପଣ୍ଡାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି ସେହି ବିଦ୍ୟାଳୟର ଜଣେ ଛାତ୍ରୀ । ଅଭିଯୋଗ ପରେ ଆବାସିକ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଅଭିଯୋଗ ଅନୁଯାୟୀ ୪ ଜଣ ଛାତ୍ର ଛାତ୍ରୀଙ୍କୁ ଖେଳ ଅଭ୍ୟାସ ପାଇଁ ସଂପୃକ୍ତ ଶିକ୍ଷକ ମୟୁରଭଞ୍ଜ ନେଇ ଯାଇଥିଲେ । ଫେରିଲା ବେଳେ ଜଣେ ଛାତ୍ରୀଙ୍କ ପ୍ରତି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ ଶିକ୍ଷକଙ୍କ ନାଁରେ ଅଭିଯୋଗ ହୋଇଥିଲା । ତେଣୁ ଏବେ ସମସ୍ତ ଛାତ୍ର ଛାତ୍ରୀ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡ଼ି ବସିଛନ୍ତି । ତେବେ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଶିକ୍ଷକ । ଖବର ପାଇ ପୋଲିସ୍ ଓ ପ୍ରଶାସନ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ କରୁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.