ମଧ୍ୟପ୍ରଦେଶ ହାରଦା ବାଣ କାରଖାନା ବିସ୍ଫୋରଣ: ୩ ଗିରଫ, କ୍ଷତିପୂରଣ ଘୋଷଣା କଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶର ହାରଦା ସ୍ଥିତ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏହି ମାମଲାରେ ବାଣ କାରଖାନା ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ଦିଲ୍ଲୀ ଫେରାର ହେଉଥିବା ବେଳେ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ରାଜେଶ ଅଗ୍ରୱାଲ, ସୋମେଶ ଅଗ୍ରୱାଲ ଓ ରଫିକ ଖାନ ।

ମଧ୍ୟପ୍ରଦେଶର ହାରଦା ସ୍ଥିତ ଏକ ବାଣ କାରଖାନାରେ ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଏହି ମାମଲାରେ ବାଣ କାରଖାନା ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ଦିଲ୍ଲୀ ଫେରାର ହେଉଥିବା ବେଳେ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ରାଜେଶ ଅଗ୍ରୱାଲ, ସୋମେଶ ଅଗ୍ରୱାଲ ଓ ରଫିକ ଖାନ ।

ଖବର ମୁତାବକ, ମଙ୍ଗଳବାର ଦିନ ମଧ୍ୟପ୍ରଦେଶର ହାରଦା ସ୍ଥିତ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଖବର ପାଇବା ପରେ ପ୍ରଶାସନିକ କର୍ମଚାରୀଙ୍କ ସହ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି କରିଥିଲେ । ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଅନେକ ନିଖୋଜ ଥିବା ଜଣାପଡ଼ିଛି । ତେବେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଜରୁରୀ ବୈଠକ ଡକାଇଥିଲେ । ପ୍ରଭାବିତ ପରିବାରବର୍ଗଙ୍କୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ଯାଦବ ଆଶ୍ୱାସନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ମୃତକଙ୍କ ପରିବାର ୪ ଲକ୍ଷ ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି ।

ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ହାରଦାରେ ବାଣ ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଆହୁରି ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ତେବେ କାରଖାନାଟି ଦୀର୍ଘଦିନରୁ ଅବୈଧକ ଭାବେ ଚାଲୁଥିଲା । ଫ୍ୟାକ୍ଟ୍ରିରେ ବିସ୍ଫୋରଣ ସମୟରେ ଅନେକ ଲୋକ କାମ କରୁଥିଲେ । ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳ ଥରି ଉଠିଥିଲା । ଆଖପାଖରେ ଥିବା ୫୦ରୁ ଅଧିକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.