Below header

ଚତୁର ଶିକ୍ଷକ, ଜାଲ୍‌ ସାର୍ଟିଫିକେଟ୍‌ ଦେଇ ହାତେଇଛନ୍ତି ସରକାରୀ ଚାକିରି

ଜାଲ୍‌ ସାର୍ଟିଫିକେଟ୍‌ ଦେଇ ହାତେଇଛନ୍ତି ସରକାରୀ ଚାକିରି । ଶିକ୍ଷା ସହାୟକରୁ ଏବେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ । ଦୀର୍ଘ ୧୨ ବର୍ଷ ହେବ ଜାଲ୍‌ ସାର୍ଟିଫିକେଟ୍‌ରେ କରିଆସୁଛନ୍ତି ଶିକ୍ଷକତା । ଶିକ୍ଷକଙ୍କ ଏଭଳି ଚଞ୍ଚକତାର ଗୁମର ପଦାରେ ପଡ଼ିଛି । ମୟୂରଭଞ୍ଜ ଡି. ନୂଆଗାଁ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସତ୍ୟରଞ୍ଜନ ମହାନ୍ତିଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ସୂଚନା ଅଧିକାର ଆଇନରେ ହସ୍ତଗତ ତଥ୍ୟ ଆଧାରରେ ଧରାପଡ଼ିଛି ଶିକ୍ଷକଙ୍କ ଜାଲିଆତି । ୨୦୦୭ରୁ ଚାକିରି ଆରମ୍ଭ କରିଥିବା ଏହି ଶିକ୍ଷକ ଜଣଙ୍କ ରାଜ୍ୟ ରାଜକୋଷରୁ ୩୫ ଲକ୍ଷରୁ ଅଧିକ ଟଙ୍କା ଲୁଟି ସାରିଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ ଫେରାର ହୋଇଯାଇଛନ୍ତି ଶିକ୍ଷକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.