ମାଟି ତଳେ ପୋତି ହୋଇଥିଲେ ଯୁବକ, CRPF ର ଡଗ ସ୍କ୍ବାର୍ଡ ଦେଲା ନୂଆ ଜୀବନ . . ଭିଡିଓ ଭାଇରାଲ୍

କୁକୁରଙ୍କର ଘ୍ରାଣ ଶକ୍ତି ଅତି ପ୍ରଖର । ସେଥିପାଇଁ ପ୍ରାୟ ସମସ୍ତ ସୁରକ୍ଷା ଏଜେନ୍ସି ବିସ୍ଫୋଟକଠୁ ଆରମ୍ଭ କରି ଅନ୍ୟ କୌଣସି ପ୍ରକାର ଯାଂଚ ସମୟରେ ଏହି କୁକୁରମାନଙ୍କ ସାହାଯ୍ୟରେ ନିଜ ଲକ୍ଷସ୍ଥଳରେ ପହଂଚିପାରନ୍ତି । ସେମିତି ଏକ ମାମଲା ଦେଖିବାକୁ ମିଳିଛି ଜମ୍ମୁ କଶ୍ମୀରରେ । ଯେଉଁଠି ସିଆରପିଏଫର ଡଗ୍ ସ୍କ୍ବାର୍ଡ ଗୋଟିଏ କୁକୁର ଭୁସ୍ଖଳନରେ ଫସି ଥିବା ଜଣେ ବ୍ୟକ୍ତିଙ୍କର ସଙ୍କେତ ଦେଇଥିଲା । ଯାହା ପରେ ସେନା ତାଙ୍କୁ ଉଦ୍ଧାର କରିଥିଲା । ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

ବୁଧବାର ସକାଳେ କିଛି ସିଆରପିଏଫ ଯବାନ ସୁରକ୍ଷା ଯାଂଚ ପାଇଁ ବାହାରିଥିଲେ । ସେହି ସମୟରେ ନିକଟରେ ଭୁସ୍ଖଳନରେ ଜଣେ ବ୍ୟକ୍ତି ଫସିଥିବା ଡଗ୍ ସ୍କ୍ବାର୍ଡର ଗୋଟିଏ କୁକୁର ଶୁଙ୍ଘି ସୂଚନା ଦେଇଥିଲା । ସାରା ରାତି ବ୍ୟକ୍ତି ଜଣକ ସେଠାରେ ପୋତି ହୋଇ ରହିଥିଲେ । ଏହା ପରେ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ୍ । ବ୍ୟକ୍ତିଙ୍କର କେବଳ ମୁଣ୍ଡକୁ ଛାଡିଦେଲେ ସମ୍ପୂର୍ଣ୍ଣ ଶରୀର ପୋତି ହୋଇ ରହିଥିଲା । ଅନେକ ସମୟ ପରେ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ସିଆରପିଏଫ୍ ଯବାନ । ଏହି ଉଦ୍ଧାର କାର‌୍ୟ୍ୟରେ ସିଆରପିଏଫ୍ ଯବାନଙ୍କ ସହ ସାମିଲ୍ ଥିଲେ ସେନାଙ୍କ ଏକ ଟିମ୍ ।

ଅନ୍ୟପଟେ ପୀଡିତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣା ଯୋଗୁଁ ସଦମାରେ ଅଛନ୍ତି ବ୍ୟକ୍ତି ଜଣକ । ଏପରିକି ଠିକ ଭାବରେ କଥା ମଧ୍ୟ କହିପାରୁନାହାଁନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.