‘ଭାରତୀୟ ବାୟୁସେନା’ ଲଞ୍ଚ୍‌ କଲା ଏହି ଭିଡିଓ ଗେମ୍‌, ଏଥିରୁ କରନ୍ତୁ ଡାଉନଲୋଡ୍‌

ଭାରତୀୟ ବାୟୁସେନା ଶେଷରେ ନିଜର ଏକ ଭିଡିଓ ଗେମ୍‌ ଲଞ୍ଚ କରିଛି, ଯାହାର ନାଁ ‘Indian Air Force: A cut above । ଏହାକୁ ଗୁଗଲ ପ୍ଲେ ଷ୍ଟୋର୍‌ କିମ୍ବା ଆପଲ ଷ୍ଟୋରରୁ ଫ୍ରି ଡାଉନଲୋଡ କରାଯାଇ ପାରିବ। ବାୟୁସେନାର ପ୍ରମୁଖ ମାର୍ଶାଲ ବି.ଏସ୍‌. ଧନୋଆ ଏହି ଭିଡିଓ ଗେମକୁ ଆନୁଷ୍ଠାନିକ ଭାବେ ଲଞ୍ଚ୍‌ କରିଛନ୍ତି। ଏହି ଗେମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବକମାନଙ୍କୁ ଭାରତୀୟ ବାୟୁସେନା ବିଷୟରେ ଅବଗତ କରାଇବା ଏବଂ ସେମାନଙ୍କୁ ଏଥିରେ ପ୍ରବେଶ ପାଇଁ ପ୍ରୋତ୍ସାହିତ କରିବା।

force force

ଗେମର ଫିଚର ବିଷୟରେ କହିବାକୁ ଗଲେ, ଏଥିରେ ଟ୍ରେନିଂ, ସିଙ୍ଗଲ ପ୍ଲେୟାର ଏବଂ ଫ୍ରି ଫ୍ଲାଇଟ୍‌ ଭଳି ବିଭିନ୍ନ ମୋଡ୍‌ ରହିଛି। ଏହାଛଡ଼ା ଏହି ଗେମରେ ସେନା ବିଷୟରେ ସମସ୍ତ ସୂଚନା ଦିଆଯାଇଛି। ଏଥିରେ ପ୍ଲେୟାର ବା ଖେଳାଳିକୁ ୧୦ଟି ମିଶନ ମିଳିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଗେମ୍‌ ଅନଲାଇନ୍‌ ଭଳି ଅଫଲାଇନରେ ମଧ୍ୟ ଖେଳା ଯାଇପାରିବ।

ଏହାସହ ପଢ଼ନ୍ତୁ: ‘Truecaller’ ରେ ଆସିଲା ବଡ଼ ତ୍ରୁଟି, ଆପେ ଆପେ ହେଉଛି ୟୁପିଆଇ ପେମେଣ୍ଟ ରେଜିଷ୍ଟ୍ରେଶନ

airo pl

କେବଳ ଏତିକି ନୁହେଁ ପବଜୀ ମୋବାଇଲ୍‌ ଗେମ୍‌ ଭଳି ଆପଣ ଏକ ଟିମ୍‌ ରୂପରେ ମଧ୍ୟ କେତେଜଣଙ୍କ ସହିତ ଏହି ଗେମ୍‌ ଖେଳିପାରିବେ। ଗେମ୍‌ ଖେଳିବା ସମୟରେ ଆପଣ ଅନଲାଇନରେ ହିଁ ଲୋକଙ୍କ ସହିତ ଯୋଡ଼ି ହୋଇପାରିବେ। ଜଣେ ପ୍ଲେୟାର ଏୟାରକ୍ରାଫ୍ଟକୁ ହ୍ୟାଣ୍ଡେଲ କରିବା ଏବଂ ଚଲାଇବା ବିଷୟରେ ଏଥିରୁ ଜ୍ଞାନ ଆହୋରଣ କରିପାରିବ। ଟ୍ରେନିଂ ପରେ ଏୟାରକ୍ରାଫ୍ଟକୁ ଚଲାଇବା ପାଇଁ ମଉକା ମିଳିବ। ଆଣ୍ଡ୍ରଏଡ୍‌ ପାଇଁ ଏହି ଗେମର ସାଇଜ୍‌ ୨୭୯ ଏମବି ଏବଂ ଆଇଓଏସ୍‌ ପାଇଁ ୧ ଜିବି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.