Below header

ରଙ୍ଗ୍ ନମ୍ବରରେ ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ କରିବା ପଡିଲା ମହଙ୍ଗା: ହାତଗୋଡ ବାନ୍ଧି ନିର୍ଧୁମ ଛେଚିଲେ ଲୋକେ

ଜଳେଶ୍ବର(କେନ୍ୟୁଜ): ରଙ୍ଗ୍ ନମ୍ବରରେ ଜନୈକା ବିବାହିତା ମହିଳାଙ୍କୁ ବାରମ୍ବାର ଫୋନ କରି ପ୍ରେମ ନିବେଦନ କରିବା ବ୍ଯକ୍ତିଙ୍କୁ ପଡିଛି ମହାଙ୍ଗା। ଯୁବକ ଜଣକୁ କାବୁ କରି ହାତ ଗୋଡ ବାନ୍ଧି ନିର୍ଧୁମ ଛେଚିଲେ ମହିଳାଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ। ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଅସ୍ତି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନା ଅନୁଯାୟୀ ଅସ୍ତି ଗ୍ରାମର ପ୍ରଦୀପ ଦାସଙ୍କ ସ୍ତ୍ରୀଙ୍କୁ ସେହି ଥାନା ଅନ୍ତର୍ଗତ ଗହ୍ମାନଣ୍ତି ଗ୍ରାମର ରବିନ୍ଦ୍ର ଦାସ ନାମକ ଜନୈକ ବ୍ଯକ୍ତି କିଛି ଦିନ ଧରି ରଙ୍ଗ ନମ୍ବରରେ ବାରମ୍ବାର ଫୋନ କରି ଅଶ୍ଳୀଳ ଭାଷାରେ କଥାବାର୍ତ୍ତା ହେବା ସହ ତାଙ୍କୁ ପ୍ରେମ ନିବେଦନ କରି ଆସୁଥିଲେ। ମହିଳା ଜଣକ ଘଟଣା ସମ୍ପର୍କରେ ତାଙ୍କ ସ୍ବାମୀଙ୍କୁ ଜଣାଇବା ପରେ ଫୋନ ନ କରିବା ପାଇଁ ମହିଳାଙ୍କ ସ୍ବାମୀ ଉକ୍ତ ବ୍ଯକ୍ତିଙ୍କୁ ବାରମ୍ବାର ତାଗିଦ୍ କରିଥିଲେ। ମାତ୍ର ବ୍ଯକ୍ତି ଜଣକ କୌଣସି କଥାକୁ ଖାତିର ନକରି ମହିଳାଙ୍କୁ ବାରମ୍ବାର ଫୋନ କରି ପ୍ରେମ ନିବେଦନ କରିଥିଲେ ।

ତେବେ ଗତକାଲି ରାତିରେ ବ୍ଯକ୍ତି ଜଣକ ଉକ୍ତ ମହିଳାଙ୍କ ଘର ଠିକଣା ସଂଗ୍ରହ କରି ତାଙ୍କ ଘର ନିକଟକୁ ଆସି ମହିଳାଙ୍କୁ ଫୋନ କରିଥିଲେ। ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ଜଣାଇବା ପରେ ସେ ଫୋନ ଯୋଗେ କିଛି ଗ୍ରାମବାସୀଙ୍କୁ ଡାକି କୌଶଳ କ୍ରମେ ଉକ୍ତ ବ୍ଯକ୍ତି ଜଣକୁ କାବୁ କରି ନେଇଥିଲେ। ଏହା ପରେ ମହିଳାଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ ମାନେ ମିଶି ହାତ ଗୋଡ ବାନ୍ଧି ଦେବା ସହିତ ନିର୍ଧୁମ ମାଡ ମାରିଥିଲେ।

ତେବେ ଉକ୍ତ ବ୍ଯକ୍ତି ଜଣକ ଇଡିଦା ପଞ୍ଚାୟତର ୭ ନମ୍ବର ୱାର୍ଡର ନବନିର୍ବାଚିତ ୱାର୍ଡ ମେମ୍ବର ବୋଲି ଜଣାପଡିଛି । ସେ ପୂର୍ବରୁ ଦୁଇଟି ବିବାହ କରିଥିବା ବେଳେ ତାଙ୍କର ଦୁଇ ଝିଅ ଏବଂ ଜଣେ ପୁଅ ମଧ୍ଯ ରହିଛି। ଗତକାଲି ରାତିରେ ଦୁଷ୍କର୍ମ କରିବା ପାଇଁ ମହିଳାଙ୍କ ପାଖକୁ ଆସିଥିବା ନେଇ ବ୍ଯକ୍ତି ଜଣକ ପ୍ରତିକ୍ରିୟା କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.