ଚେନ୍ନାଇରୁ ପାରଳାଖେମୁଣ୍ଡି ସାଇକେଲ ଯାତ୍ରା, ବାହାରିଲେ ଦୁଇ ହେଲେ ପହଞ୍ଚିଲେ ଜଣେ

ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ପ୍ରବାସୀ ଓଡିଆ ସାଇକଲ ଯୋଗେ ନିଜ ଭିଟାମାଟିରେ ପହଞ୍ଚୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ସେହିପରି ସାଇକଲରେ ଆସିବା ଚିତ୍ର ଆଜି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ନାକା ପୋଷ୍ଟରେ ଦେଖିବାକୁ ମିଳିଲା । ତେବେ ୨ଜଣ ରାୟଗଡା ବ୍ଲକ୍ ବାସିନ୍ଦା ଗତ ୭ ଦିନ ପୂର୍ବରୁ ସାଇକଲ ଯୋଗେ ତାମିଲନାଡୁର ଚେନ୍ନାଇରୁ ଯାତ୍ରା ଆରମ୍ଭ କରି ଆଜି ପାରଳାଖେମୁଣ୍ଡି ଠାରେ ଜଣେ ପହଂଚିଥିବା ବେଳେ ଅନ୍ୟ ଜଣେ ଫେରାର୍ ହୋଇଯାଇଥିବା ଖବର ଜିଲ୍ଲା ପ୍ରଶାସନର ନିଦ ହଜାଇ ଦେଇଛି ।

କାରଣ ଏମାନଙ୍କର ଆସିବା କି ସ୍ୱାସ୍ଥ୍ୟ ପରୀକ୍ଷା ବିଷୟରେ ପ୍ରଶାସନ ପାଖରେ ଖବର ନଥିବା ବେଳେ ଜଣେ ବ୍ୟକ୍ତି ପୋଲିସର ନାକା ପଏଣ୍ଟରେ ଧରା ପଡିଥିବା ବେଳେ ଅନ୍ୟ ଜଣଙ୍କୁ ଖୋଜା ଚାଲିଛି । ତେବେ ଯେଉଁ ଜଣକ ଫେରିଛନ୍ତି ସେ ଚେନ୍ନାଇରେ ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ ବୋଲି ତଦନ୍ତରୁ ଜଣା ପଡିଛି । ଲକଡାଉନ ଯୋଗୁଁ ଖାଦ୍ୟ ପାନୀୟର ଘୋର ଅଭାବ ଯୋଗୁଁ ଅନ୍ୟ କୌଣସି ଉପାୟ ନ ପାଇ ସାଇକେଲରେ ଫେରିବା ପାଇଁ ବାଧ୍ୟ ହୋଇଥିଲେ ।  କେବେଳ ଗୋଟିଏ ସାଇକଲ, ଏଲଇଡି ଟିଭି ଓ ସାନିଡାଇଜର ଟିଏ ଧରି ଶହ ଶହ

କିଲୋମିଟର ଯାତ୍ରାକରି ନିଜ ଭିଟାମାଟିକୁ ପହଂଚିବାକୁ ଚେଷ୍ଟା କରିଥିଲେ ଦୁଇ ସାଥି ଶ୍ରମିକ ।ଆଗକୁ ନିଜ ଭିଟା ମାଟିରେ ହିଁ ଚାଷ କାମ କରି ପେଟ ପୋଷିବେ ବୋଲି ଗଣମାଧ୍ୟମକୁ ସାକ୍ଷାତ୍କାରରେ କହିଛନ୍ତି  । ସେପଟେ ଜିଲ୍ଲା ପ୍ରଶାସନ ଅନ୍ୟ ପ୍ରବାସୀ ଓଡିଆଙ୍କ ଚାଲି ଚାଲି, ସାଇକଲ, ଟ୍ରକ୍‌ରେ ଫେରିବା ଖବର ପାଇପାରୁ ନଥିବା ଗ୍ରୀନ ଜୋନ୍ ଗଜପତି ବାସିନ୍ଦାଙ୍କୁ ଚିନ୍ତାରେ ପକାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.