ଖୋର୍ଦ୍ଧା ଗ୍ରାମାଞ୍ଚଳକୁ ଛୁଇଁଲା କରୋନା ମହାମାରୀ, ଟାଙ୍ଗୀ ବ୍ଲକରେ ୨ ଓ ବାଣପୁର ବ୍ଲକରେ ଜଣେ ଆକ୍ରାନ୍ତ

ଖୋର୍ଦ୍ଧା(କେନ୍ୟୁଜ): ଆଜି ରାଜ୍ୟରେ ଆଉ ୭୩ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର କୁହୁଡି ଚୁଆଟାଙ୍ଗୀର ଜଣେ, ଲେଣ୍ଡୁ ପଞ୍ଚାୟତର ଜଣେ ଏବଂ ବାଣପୁର ବ୍ଲକର ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  କୁହୁଡି ଚୁଆଟାଙ୍ଗୀର ସଂକ୍ରମିତ ବ୍ୟକ୍ତି ଜନତା କଲେଜ କ୍ୱାରେଣ୍ଟାଇନ ସେଣ୍ଟର ରହିଥିବା ବେଳେ ଅନ୍ୟ ଜଣେ ଲେଣ୍ଡୁ ପଞ୍ଚାୟତର  ଗୋବିନ୍ଦପୁର କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ସେହିପରି ବାଣପୁର ବ୍ଲକ୍ ମାଟିଆପୋଖରୀ ଗ୍ରାମର ଆଉ ଜଣେ ସଂକ୍ରମିତ ଗୋଦାବରୀଶ ବିଦ୍ୟାପୀଠ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା କ୍ୱାରେଣ୍ଟାଇନରେ ଥିଲେ । ଖବର ପ୍ରସାରଣ ପରେ ସ୍ଥାନୀୟ ଅଂଚଳର ଲୋକମାନଙ୍କ ମନରେ ଭୟର ବତାବରଣ ଖେଳିଯାଇଛି ।

ସୂଚନା ମୁତାବକ ଆକ୍ରାନ୍ତଙ୍କ ଉତମ ଚିକିତ୍ସା ଲାଗି ସେମାନଙ୍କୁ ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ର ସମ୍ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ଵିଳମ୍ବିତ ରାତିରେ ଆକ୍ରାନ୍ତଙ୍କୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଡି୍ରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରାଯିବା ପରେ ଟାଙ୍ଗୀ ଓ ବାଣପୁର ଅଗ୍ନୀଶମ ବିଭାଗ ପକ୍ଷରୁ କ୍ୱାରେଣ୍ଟାଇନ କେନ୍ଦ୍ର ଦ୍ୱୟକୁ ସାନିଟାଇଜ୍ କରାଯାଇଛି । ତେଵେ ଆକ୍ରାନ୍ତ ଦ୍ୱୟ ସୁରାଟ ଫେରନ୍ତା ହୋଇଥିବା ବେଳେ ସେମାନେ କ୍ୱାରଣ୍ଟାଇନ୍ କେନ୍ଦ୍ରରେ ରହୁଥିଲେ । ଏହି ଘଟଣା ଜଣାପଡିବା ପରେ ଜିଲା ପ୍ରଶାସନ ପକ୍ଷରୁ କ୍ୱାରେଣ୍ଟାଇନ୍ କେନ୍ଦ୍ର ନିକଟରେ ୧୪୪ ଧାରା ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.