ବଲାଙ୍ଗିର: କୁକୁଡ଼ାଯୋର ସେତୁ ନିକଟରେ ଟ୍ରକ-ସ୍କୁଟି ମୁହାଁମୁହିଁ ଧକ୍କା, ୨ ମୃତ

କେନ୍ୟୁଜ: ଟ୍ରକ-ସ୍କୁଟି ମୁହାଁମୁହିଁ ଧକ୍କା। ସୋନପୁର-ବଲାଙ୍ଗିର ରାସ୍ତାର ସିଆଲଜୁରୀ କୁକୁଡ଼ାଯୋର ସେତୁ ନିକଟରେ ଟ୍ରକ-ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଆରୋହୀଙ୍କର ମୃତ୍ୟୁ ହୋଇଛି। ଆଜି ସକାଳୁ ବଲାଙ୍ଗିରରୁ ସୋନପୁରକୁ ଆସୁଥିବା ଏକ ସ୍କୁଟି ସହ ସାମ୍ନା ପଟୁ ଆସୁଥିବା ଏକ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ସ୍କୁଟିରେ ଥିବା ଦୁଇ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକ ଦୁଇଜଣଙ୍କର ପରିଚୟ ମିଳିପାରିନାହିଁ। ସୋନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.