ମେଡିସିନ୍‌ ଷ୍ଟୋର୍‌ରେ ଇଞ୍ଜେକସନ୍‌ ନେଇ ଜଣକର ମୃତ୍ୟୁ ଅଭିଯୋଗ

ଯାଜପୁର ଟାଉନ : ଇଂଜେକସନ ନେବା ପରେ ବୃଦ୍ଧଙ୍କ ମୃତ୍ୟୁକ ୁନେଇ ଉତ୍ତେଜନା । ପ୍ରତିବାଦରେ ରାସ୍ତାରୋକ। ମୃତକ ହେଲେ ଅଟୀରା ମହମ୍ମଦପୁର ଗ୍ରାମର କୈଳାସ ମଲ୍ଲିକ। ଆଜି ସେ ଇଂଜେକସନ ନେବା ପାଇଁ ସ୍ଥାନୀୟ ଏକ ଔଷଧ ଦୋକାନକୁ ଯାଇଥିଲେ। ଇଂଜେକସନ ନେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରତିବାଦରେ ଲୋକେ ବରୀ-ଯାଜପୁର ରାସ୍ତାରେ ଟାୟାର ଜାଳି ଆନ୍ଦୋଳନ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଆନ୍ଦୋଳନ କରିଥିଲେ । ସ୍ଥାନୀୟ ପୋଲିସ ପହଂଚିି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.